ଚାରି ଅସହାୟ ଶିଶୁଙ୍କୁ ସହାୟତା ପାଇଁ ସହଯୋଗର ହାତ ବଢ଼ାଇଲେ ସାଂସଦ

ହାଟଡ଼ିହି, (ବିକାଶ ବିଶ୍ୱାଳ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତ ବିଣାପାଟିଆ ଗ୍ରାମର ଚାରି ଅସହାୟ ଶିଶୁଙ୍କୁ ସହାୟତା କରିବାପାଇଁ ସାଂସଦ ଡ.ଅଚ୍ୟୁତ ସାମନ୍ତ ପ୍ରତିଶୃତି ପ୍ରଦାନ କରିଛନ୍ତି । ସେମାନଙ୍କ ମଧ୍ୟରେ କିସ୍‌ରେ ପାଠ ପଢ଼ିବା ପାଇଁ ଥିବା ଆଗ୍ରହକୁ ଦେଖି ସାଂସଦ ଡ.ଅଚ୍ୟୁତ ସାମନ୍ତ ଏହି ଚାରିଜଣ ଶିଶୁଙ୍କୁ କିସ୍‌ରେ ପାଠ ପଢ଼ାଇବା ପାଇଁ ପ୍ରତିଶୃତି ଦେବାସହ ବର୍ତ୍ତମାନ କରୋନା ମହାମାରୀ ପାଇଁ କିସ୍ ଛୁଟି ଥିବାରୁ ସେ ପର୍ଯ୍ୟନ୍ତ ଚଳିବାପାଇଁ ମାସିକ ୩ହଜାର କରି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ହାଟଡିହି ବ୍ଲକ ବାଲିବରେଇ ଗ୍ରାମର ବିଣାପାଟିଆ ସାହିର ରବିମୁର୍ମୁ ଏକ ହତ୍ୟାକାଣ୍ଡ ମାମଲାରେ ଜେଲରେ ରହିବାପରେ ମା ଚମ୍ପା ମୁର୍ମୁ କେଉଁଆଡେ ଛାଡି ଚାଲି ଯାଇଥିଲେ । ଫଳରେ ଘରେ ଥିବା ଚାରିଜଣ ଛୋଟ ଛୋଟ ଶିଶୁ ଅସହାୟ ହୋଇ ପଡିଥିଲେ । ସେମାନେ ରହିଥିବା ଘରଟି ମରାମତି ଅଭାବରୁ ଭାଙ୍ଗିରୁଜି ଯିବାରୁ ସେମାନେ ନିଜର ଜଣେ ସମ୍ପର୍କୀୟ ଦାଦାଙ୍କ ଘରେ ରହିଥିଲେ । ଅଭାବ ଅନାଟନ ମଧ୍ୟରେ ସେମାନଙ୍କ ମୁହଁରେ ଦାନା ଘଣ୍ଡିଏ ଦେବାକୁ କେହି ନଥିବାବେଳେ ମଝିଆଁ ଝିଅ ସୀତା ପରଘରେ କାମ କରିବା ସହିତ ଜଂଗଲରୁ ଜାଳକାଠ ସଂଗ୍ରହ କରି ଭାଇ ଭଉଣୀଙ୍କ ମୁହଁରେ ଦାନା ମୁଠିଏ ଦେବା ସହ ସେମାନଙ୍କୁ ପାଠ ପଠାଇବାର ଦାୟିତ୍ୱ ନେଇଥିଲେ । ଏ ଖବରଟି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ପ୍ରଶାସନ ପକ୍ଷରୁ ତୁରନ୍ତ ଦୁଇ ଭାଇଙ୍କୁ ଅଣାଯାଇ ବୈଦାଖିଆ ଆଶ୍ରମ ସ୍କୁଲରେ ରଖାଯାଇ ଶିକ୍ଷାଦାନ ଦିଆଯାଉଥିଲା । ଆନନ୍ଦପୁର ପ୍ରେସକ୍ଲବ ସଦସ୍ୟ ସ୍ୱପ୍ନେଶ୍ୱର ପଣ୍ଡାଙ୍କ ପ୍ରଚେଷ୍ଟା କ୍ରମେ ସାଂସଦ ଡ. ଅଚ୍ୟୁତ ସାମନ୍ତ ଏ ଖବର ଜାଣିବାପରେ ଓ ଏହି ୪ଜଣ ଶିଶୁଙ୍କ ପଢ଼ିବା ଦାୟିତ୍ୱ ବହନ କରିଥିବାରୁ ଚାରି ଅସହାୟ ଶିଶୁଙ୍କ ସମେତ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ