ଚାରି କୁଇଣ୍ଟାଲାରୁ ଊର୍ଦ୍ଧ୍ୱ ଗଞ୍ଜେଇ ସହ ଦୁଇ ଗିରଫ, ଗାଡ଼ି ଜବତ

ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ଥାନା ପୋଲିସ୍ କୁ ମିଳିଛି ବଡ଼ ସଫଳତା, ରାଜ୍ୟରେ କରୋନା ପାଇଁ ଚିନ୍ତା ବଡ଼ିଥିବା ବେଳେ ଚୋରା କାରବାର ବେଶ୍ ଅଧିକ ଚାଲିଛି । ଏହାକୁ ରୋକିବା ପାଇଁ ଗଜପତି ଏସପି ସାରା ଶର୍ମା ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି, କିନ୍ତୁ ତାଙ୍କୁ ନିନ୍ଦା କରି ଜିଲ୍ଲାରୁ ବାହାର କରିବା ପାଇଁ ବହୁ ପ୍ରୟାସ ଜାରି ରଖିଛନ୍ତି କିଛି ବ୍ୟକ୍ତି । କିନ୍ତୁ ଏସପି ଶର୍ମା ଭି କିଛି କମ୍ ନୁହନ୍ତି ସେ କାମରେ ଯେମିତି ସଚେତନା ମଧ୍ୟ ସେମିତି ତାଙ୍କରି ନିର୍ଦେଶ ରେ ଜିଲ୍ଲାରେ କଡ଼ା ସୁରକ୍ଷା ସହ ଯାଞ୍ଚ ପେଟ୍ରିଲିଂ ଚାଲିଛି ଆଜି ମୋହନା ପୋଲିସ୍ ପେଟ୍ରୋଲଙ୍ଗୀ କରୁଥିବା ବେଳେ ଏକ ବୋଲେରୋ ପିକାପ ଗାଡ଼ି ନଂ WB ୩୭b୪୭୦୦ ଦୃତ ଗତିରେ ରାୟଗଡ଼ା ପଟୁ ଆସୁଥିବା ଦେଖୀ ଅଟକାଇ ଯାଞ୍ଚ କରା ଯାଇଥିଲା ସେଥିରେ ଆଖରେ ୪ କୁଇଣ୍ଟାଲ୬୮ କେଜି ଗଞ୍ଜେଇ ଚୁରା ଚାଲାଣ ହଉଥିଲା ଏହାକୁ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ ସେମାନେ ହେଲେ ୱେଷ୍ଟବେଙ୍ଗଲ ଅଞ୍ଚଳର ତପନ ବା ୩୦ ଗୌତମ ଲୋ ୪୦ କୁ ଗିରଫ କରିବା ସହ ଗାଡ଼ି ଜବତ କରିଛି ମୋହନା ଥାନା ପୋଲିସ ଥାନା ଅଧିକାରୀ କଇବା ପ୍ରକାରେ ଉକ୍ତ ଗଞ୍ଜେଇ ରାୟଗଡ଼ା ଜିଲ୍ଲାରୁ କଲିକତା ଅଞ୍ଚଳକୁ ସପ୍ଲାଏ ହେଉଥିଲା ଗାଡ଼ିଟି ଦୃତ ଗତି ଥିବାରୁ ଏହାକୁ ଅଟକାଇ ଯାଞ୍ଚ କରିବା ସମୟରେ ଗଞ୍ଜେଇ ଥିବା ଦେଖିବାକୁ ମେଳିଛି ଏ ନେଇ ମୋହନା ଥାନା କେସେ ନଂ୧୦୮/୨୦୨୦ ରେ ମାମଲା ରୁଜୁ କରାଯାଇଥିବା ସୂଚନା ଦେଇଛନ୍ତି ରା,ଉଦୟଗିରି ଏଡିପିଓ ଅଶୋକ ମହାନ୍ତି ଏଇ ଚଡାଉ ରେ ନୂତନ ଭାବେ ଆସିଥିବା ଏସାଇ ସୁନିଲ କୁମାର ଦଳେଇ ଓ ତାଙ୍କ ଟିମ୍ ଥିଲେ ମୋହନା ତସିଲିଦାର କଲ୍ୟାଣୀ ସଂଘ ମିତ୍ରା ଦେବି ମଧ୍ୟ ଉପସ୍ଥିତି ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ