ଚାରି ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର
ପୁରୀ-ବୁଧବାର ଶ୍ରୀମନ୍ଦିରରେ ବନକଲାଗି ନୀତି ଅନୁଷ୍ଠିତ ହେଉଥିବାରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଚାରି ଘଣ୍ଟା ବନ୍ଦ ରହିବ । ଏହି ସମୟରେ ମହାପ୍ରଭୁମାନଙ୍କର ଶ୍ରୀମୁଖର ଶୃଙ୍ଗାର ହେବ ସହିତ କିଛି ଗୁପ୍ତ ନୀତି କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷର ସୂଚନା ଦିଆଯାଇଛି । ମହାପ୍ରଭୁଙ୍କର ଏହି ନୀତି ଚାରିଟାରୁ ଆରମ୍ଭ ହୋଇ ରାତି ଆଠଟାରେ ସରିବ ।