ଚାରି ଦଶନ୍ଧି ପରେ ଆଜି ଆରମ୍ବ ହେବ ସାପ୍ତାହିକ ଗଞ୍ଜାମ ଶନିବାର ହାଟ
ଗଞ୍ଜାମ, (ବିନୋଦ ପଲାଇ):ଦୀର୍ଘ ଚାରି ଦଶନ୍ଧି ପରେ ପୁଣି ସାପ୍ତାହିକ ଗଞ୍ଜାମ ହାଟ ଖୋଲିବାକୁ, ପ୍ରୟାସ ଆରମ୍ଭ କରିଛି ଗଞ୍ଜାମ ଏନଏସି, ଆସନ୍ତା 31ତାରିଖ ଶନିବାର ଦିନ ଅପରାହ୍ନ ତିନି ଘଣ୍ଟା ସମୟରେ ଏହାର ଶୁଭଆରମ୍ଭ କରିବେ, ଗଞ୍ଜାମ ଏନଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀ, ଏହି ସାପ୍ତାହିକ ଗଞ୍ଜାମ ହାଟ 1967 ମସିହାରେ ଆରମ୍ଭ ହୋଇଥିଲା, ସେତେବେଳେ ଗଞ୍ଜାମ ପଂଚାୟତ ଥିବା ବେଳେ, ତତ୍କାଳୀନ ସରପଞ୍ଚ ତଥା ବରିଷ୍ଠ ସମାଜସେଵୀ,ଏବଂ ଆଧୁନିକ ଗଞ୍ଜାମର ଅନ୍ୟତମ ନିର୍ମତା ପ୍ରଫେସର ଗୋବିନ୍ଦ ଚନ୍ଦ୍ରପଣ୍ଡାଙ୍କ ପ୍ରଚେଷ୍ଟାରେ ଏହି ହାଟ ଆରମ୍ଭ ହୋଇଥିଲା, ଏହି ହାଟର ଶୁଭାରମ୍ଭ କରିଥିଲେ ତତ୍କାଳୀନ ସ୍ୱତନ୍ତ୍ର ଦଳର ନେତା ଜାତିରାଜ ପ୍ରହରାଜ, ପ୍ରତି ରବିବାର ଦିନ ହୁମ୍ମା ଠାରେ ସାପ୍ତାହିକ ହାଟ ହେଉଥିବା ବେଳେ, ତାହାକୁ ଦୃଷ୍ଟିରେ ରଖି, ଗଞ୍ଜାମ ଠାରେ ଶନିବାର ଦିନ ଏହି ହାଟ ଆରମ୍ଭ କରା ଯାଇଥଲା, ଏଠାକୁ ଜିଲ୍ଲା ଓ ଜିଲ୍ଲା ବାହାରୁ ବ୍ୟବସାୟୀ ମାନେ ଆସୁଥିଲେ ବ୍ୟବସୟା କରିବା ପାଇଁ, ଶନିବାର ଦିନ ହାଟ ହେବା ଫଳରେ ବ୍ୟବସାୟୀ ମାନେ ଏହି ହାଟରେ ବ୍ୟବସୟା କରି ରବିବାର ଦିନ ହୁମ୍ମା ହାଟକୁ ଯାଉଥିଲେ, ବର୍ତ୍ତମାନ ଏହି ଗଞ୍ଜାମ ସାପ୍ତାହିକ ହାଟ ପୁନର୍ବାର ଆରମ୍ବ କରିବା କରିବା ପାଇଁ ପ୍ରୟାସ ଆରମ୍ଭ କରିଛି, ଗଞ୍ଜାମ ଏନଏସି, ଏନେଇ ସମ୍ପୂର୍ଣ ପ୍ରସ୍ତୁତି ଆରମ୍ଭ ହୋଇଛି, ଗଞ୍ଜାମ କଲେଜ଼ ରୋଡ଼ର ଅଭିମନ୍ୟୁ ମାର୍ଗରେ, ଏହା ପ୍ରତି ଶନିବାର ଦିନ ଅପରାହ୍ନ ତିନି ଘଣ୍ଟ ଠାରୁ ସନ୍ଧ୍ୟା ସାତ ଘଣ୍ଟ ପର୍ଯ୍ୟନ୍ତ ଚାଲିବ, ଏନେଇ ଏନଏସି ପ୍ରଶାସନ ତରଫରୁ ପ୍ରଚାର ପତ୍ର ବଣ୍ଟନ କରାଯିବା ସହ ବିଭିନ୍ନ ବ୍ୟବସାୟ ମାନଙ୍କୁ ଅବଗତ କରାଯାଇଛି, ଲଗାମୀ ଦିନରେ ବ୍ୟବସାୟ ମାନଙ୍କ ଭିତିଭୂମି ପାଇଁ ପଦକ୍ଷେପ ନିଆଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଅପର୍ଣ୍ଣା ଡାଙ୍ଗୁଆ କହିଛନ୍ତି, ଅନ୍ୟପଟେ ଗଞ୍ଜାମ ଏନଏସି ଅଧ୍ୟକ୍ଷାଙ୍କା ପ୍ରତିଭା ପାଢ଼ୀଙ୍କ ଐତିହାସିକ ପଦେକ୍ଷପ ଯୋଗୁଁ ଦୀର୍ଘ
ଚାରି ଦଶନ୍ଧି ପରେ ହାଟ ଆରମ୍ଭ ହେବାକୁ ଯାଉଥିବାରୁ, ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି.