ଚାରି ଦିନରେ ହେବ ଶ୍ରୀ ଜଗନ୍ନାଥଙ୍କ ଚାରି ବେଶ

ସନ୍ତୋଷ କୁମାର ଦାଶ

ଚଳିତବର୍ଷ ଅଗଷ୍ଟ ମାସ ୧୮, ୧୯, ୨୦, ୨୧ ତାରିଖ ଚାରିଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଚାରୋଟି ବେଶ ଶ୍ରୀମନ୍ଦିରର ରତ୍ନ ସିଂହାସନ ଉପରେ ଅନୁଷ୍ଠିତ ହେବ। ୧୮ ତାରିଖ ସୋମବାର ଭାଦ୍ରବ ମାସ କୃଷ୍ଣପକ୍ଷ ଦଶମୀ ତିଥି ରେ ପରମ୍ପରା ଅନୁସାରେ ମହାପ୍ରଭୁ ଙ୍କର ବନ ଭୋଜି ବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ୧୯ ତାରିଖ ମଙ୍ଗଳବାର ଭାଦ୍ରବ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥି ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର କାଳୀୟ ଦଳନ ବେଶ ଅନୁଷ୍ଠିତ ହେବ।ସେହିପରି ୨୦ ତାରିଖ ବୁଧବାର ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱାଦଶୀ ତିଥି ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହେବ।୨୧ ତାରିଖ ଗୁରୁବାର ଭାଦ୍ରବ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥି ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହେବ। ପୂର୍ବେ ଏହି ତିଥିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର ଗିରି ଗୋବର୍ଦ୍ଧନ ଧାରୀ ବା ଗିରିଟେକା ବେଶ ଅନୁଷ୍ଠିତ ହେଉଥିଲା। ଏବେ କେବଳ କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହେଉଛି।
ଚାରି ଦିନ ରେ ଲଗାତାର ଭାବେ ଶ୍ରୀ ଜଗନ୍ନାଥ ଙ୍କ ଚାରିବେଶ କୁ ଭକ୍ତ ମାନେ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତ ହେବେ। ଜୟ ଜଗନ୍ନାଥ ସ୍ଵାମୀ।
ତୁଳସୀପୁର, ପୁରୀ
୯୪୩୯୩୬୧୮୮୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ