ଚାରି ଦିନିଆ କର୍ମଶାଳା ଉଦ୍‍ଯାପିତ

ଜୟପୁର,(ଓ୍ବାଇଏନ୍ଏସ୍): ଏମ୍‍.ଏସ୍‍. ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ ଓ ଜୟପୁର ବନଖଠ, ଓଡ଼ିଶା ସରକାରଙ୍କ ମିଳିତ ଆନୁକୁଲ୍ୟରେ ଦିଶାରୀ ଔଷଧୀୟ ବୃକ୍ଷ ଉତ୍ପାଦନକାରୀ ଚାଷୀ, ଜୈବବିବିଧତା ପରିଚାଳନା କମିଟିର ସଦସ୍ୟ, ଆୟୁର୍ବେଦିକ ଔଷଧୀୟ ଉଭ୍ଭିଦ ଉତ୍ପାଦନକାରୀ ବିକ୍ରେତା ଓ କେତ୍ରାମାନଙ୍କୁ ନେଇ ଚାଲିଥିବା ଚାରି ଦିନିଆ କର୍ମଶାଳାର ଉଦ୍‍ଯାପନ ଆଜି ହୋଇଯାଇଛି ।ଚାରି ଦିନ ଧରି ଚାଲିଥିବା କର୍ମଶାଳାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ବିଶେଷଜ୍ଞମାନେ ବିଭିନ୍ନ ଔଷଧୀୟ ବୃକ୍ଷ, ଗୁଳ୍ମ ଓ ଲତା ଉପରେ ନିଜର ମତାମତ ରଖିଥିଲେ । ପ୍ରଥମ ଦିନରେ ଏମ୍‍. ଏସ୍‍. ଆର୍‍. ଏଫ୍‍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡଃ. କେ. ଏସ୍‍. ମୂରଲୀ ଔଷଧୀୟ ବୃକ୍ଷର ଜୈବ ବିବିଧତା ସଂରକ୍ଷଣ ଓ ଆଦିବାସୀ ଗୋଷ୍ଠୀ ମଧ୍ୟରେ ସଚେତନା ଉପରେ ଏକ ଅଭିଭାଷଣ ପ୍ରଦାନ କରିଥିଲେ । ସେହି ଭଳି ଡଃ. ପ୍ରକାଶ ଚ଼ନ୍ଦ୍ର ଜେନା ଜୈବ ସମ୍ୱଳର ଗୁରୁତ୍ୱ ସହିତ କିଭଳି ଭାବରେ ଏହାର ଉପଯୁକ୍ତ ସଂରକ୍ଷଣ କରାଯାଇପାରିବ ତାହା ଉପରେ ଆଲୋଚ଼ନା କରିଥିଲେ ।ଦ୍ୱିତୀୟ ଦିବସରେ ପରିବେଶ ବିତ୍‍ ତଥା ରାଷ୍ଟ୍ରପତି ପୁରଷ୍କାର ପ୍ରାପ୍ତ ଡଃ. ପ୍ରଦୀପ କୁମାର ମିଶ୍ର କୋଭିଡ଼-୧୯ରେ ଆୟୁର୍ବେଦିକ ଚିକିତ୍ସା ଓ ଔଷଧୀୟ ଭଭ୍ଭିଦର ମହତ୍ୱ ଏବଂ ଭବିଷତରେ ଆୟୁର୍ବେଦିକ ଔଷଧକୁ ମାନବ ସମାଜର ହିତ ଲାଗି କିପରି ବ୍ୟବହାର କରାଯିବ ସେ ଉପରେ ଆଲୋକପାତ କରିଥିଲେ ।ଶ୍ରୀମତୀ ମମତା ବିଶ୍ୱାଳ, ରାଜ୍ୟ ଔଷଧୀୟ ଉଭ୍ଭିଦ ବୋର୍ଡ, ଭୂବନେଶ୍ୱର ପାଞ୍ଚଆଙ୍ଗୁଳିଆ ଉଭ୍ଭିଦର ଔଷଧୀୟ ଗୁଣ ଓ ତାହାର ଉପଯୁକ୍ତ ବ୍ୟବହାର ଉପରେ ଉପସ୍ଥାପନ କରିଥିଲେ । ଆୟୁର୍ବେଦକୁ ଯୋଗ ସହିତ ସାମିଲ କରି କିପରି ସମାଜକୁ ନିରୋଗ ରଖାଯାଇ ପାରିବ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ ।ଡଃ. ମାନସ ରଞ୍ଜନ ନାୟକ, ବୈଜ୍ଞାନିକ, କୃଷି ବୈଜ୍ଞାନ କେନ୍ଦ୍ର, କୋରାପୁଟ ମନୁଷ୍ୟ ଶରୀରରେ ଔଷଧୀୟ ଉଭ୍ଭିଦର ପ୍ରଭାବ ଓ ଗୁରୁତ୍ୱ କିଭଳି ରହିଛି ଓ କେତେକ ପ୍ରକାର ଉଭ୍ଭିଦରୁ କି କି ଔଷଧ ତିଆରି ହୋଇଥାଏ, ସେହି ବୃକ୍ଷ ଗୁଡ଼ିକର ଚାହିଦା ଓ ଭବିଷତ୍ୟରେ କିଭଳି ଚାଷୀମାନେ ତାହା ବ୍ୟବସାୟ ଭିତ୍ତିକ ଚାଷ କରି ନିଜର ଜୀବନ ଜୀବିକାକୁ ଉନ୍ନତ କରି ପାରିବେ, ସେ ଦିଗରେ ଆଲୋକପାତ କରିଥିଲେ ।ଡ଼ଃ. କାର୍ତ୍ତିକ ଚ଼ରଣ ଲେଙ୍କ।, ବୈଜ୍ଞାନିକ ବିରଳ, ସ୍ଥାନୀୟ ଓ ବିଲୁପ୍ତ ପ୍ରାୟ ହୋଇ ଆସୁଥିବା ଔଷଧୀୟ ବୃକ୍ଷର ଉପଯୁକ୍ତ ବ୍ୟବହାର ସହିତ ତାହାକୁ କିଭଳି ଉପାୟରେ ସଂରକ୍ଷଣ କରାଯାଇ ପାରିବ ତାହା ବିଷୟରେ ଆଲୋକ ପାତ କରିଥିଲେ, କର୍ମଶାଳାର ତୃତୀୟ ଦିନରେ ଆଂଶଗ୍ରହଣକାରୀମାନେ କୋଟପାଡ ବ୍ଲକର ଜଣେ ଅଗ୍ରଣୀ ଔଷଧୀ ବୃକ୍ଷ ଚାଷୀ ଶ୍ରୀ ତୁଲାରାମ ଚାଲାଣଙ୍କ ଔଷଧୀୟ ଉଦ୍ୟାନକୁ ପରିଭ୍ରମଣରେ ଯାଇଥିଲେ । ସେ ପ୍ରାୟ ୫୦୦ ପ୍ରକାରରୁ ଉଦ୍ର୍ଧ୍ୱ ଔଷଧୀୟ ଉଭ୍ଭିଦ ସଂରକ୍ଷଣ କରି ରଖିଥିବା ସୂଚ଼ନା ଦେଇଥିଲେ । ସେହିପରି ଜୟପୁର ବନଖଠଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ଆରୋଗ୍ୟ ବନ ଓ ବିଜୁ ପଟ୍ଟନାୟକ ଆଦିବାସୀ କୃଷି ଜୈବ ବିବିଧତା କେନ୍ଦ୍ରକୁ ପରିଦର୍ଶନରେ ଯାଇ ସେଠାରେ ସଂରକ୍ଷଣ ହୋଇ ରହିଥିବା ବିଭିନ୍ନ ଔଷଧୀୟ ବୃକ୍ଷକୁ ଦେଖଥିବା ସହିତ ତାହାର ଉପକାରିତା ଓ ବିକ୍ରିବଟା ଉପରେ ଚାଷୀ ଓ ସଂସ୍ଥାର ଅଧିକାରୀଙ୍କ ସହିତ ଆଲୋଚ଼ନା କରିଥିଲେ ।ଚତୁର୍ଥ ଦିବସ ତଥା ଉଦ୍‍ଯାପନୀ ଦିବସରେ ପ୍ର. ଶରତ କୁମାର ପାଲିତା (କୋରାପୁଟ ଠାରେଥିବା ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଲୟର ଜୈବ ବିବିଧତା ବିଭାଗର ମୁଖ୍ୟ ଅତିଭାବେ ଯୋଗ ଦେଇଥିଲେ । ଏଥିରେ ଶ୍ରୀଯୁକ୍ତ ଉମା ମହେଶ ସହାୟକ ବନ ସଂରକ୍ଷକ, କୋରାପୁଟ ବୈଦ୍ୟଭାଇମାନଙ୍କୁ ବୃକ୍ଷଲତାର ଯତ୍ନ ଓ ବିଶେଷକରି ଚିରଦୀର୍ଘସ୍ଥାୟୀ ଭାବରେ ଉତ୍ପାଦନ ଓ ବିକ୍ରିର ଉପାୟ ବିଷୟରେ ଆଲୋଚ଼ନା କରିଥିଲେ । ତତ୍‍ପରେ ଡ଼ଃ. ଦେବବ୍ରତ ପଠା, ବରିଷ୍ଟ ସହାୟକ ପ୍ରଫେସର, ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର ଜୈବ ବିବିଧତା ତାଙ୍କ ଆଲୋଚ଼ନାରେ ବିଶେଷତଃ କୋରାପୁଟ ଅଞ୍ଚଳରେ ଉପଲବ୍ଧ ଔଷଧୀୟ ବୃକ୍ଷର ଉପଯୁକ୍ତ ନଥିକରଣର ଆବଶ୍ୟକତା ରହିଛି । ସେ ମଧ୍ୟ ପ୍ରତିଶୃତି ଦେଇଥùଲେ ଯେ, ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଔଷଧୀୟ ବୃକ୍ଷର ରାସୟନିକ ସଂଗଠନର ସଂରଚନା କରିବେ ଯାହାକି ଏହାର ଉପାଦେୟତା ବିଷୟରେ ସହାୟକ ହେବ । ତତ୍‍ ସଙ୍ଗେ ସଙ୍ଗେ ଶ୍ରୀଯୁକ୍ତ ଭାବଗ୍ରାହୀ ବେହେରା ଅତିରିକ୍ତ ଉଦ୍ୟାନକୃଷି ଅଧିକାରୀ, ଲମତାପୁଟ ଔଷଧୀୟ ବୃକ୍ଷର ଆଦର୍ଶ, ଉତ୍ପାଦନ ପ୍ରଣାଳୀ ଓ ସରାକାରଙ୍କର ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ ।ସଭାପତି ପ୍ର. ଶ୍ରୀ ପାଲିତା, ଦିଶାରୀ ଭାଇମାନଙ୍କ, ସେମାନଙ୍କ ଔଷଧୀୟ ବୃକ୍ଷଲତାର ଗବେଷଣା କ୍ଷେତ୍ରରେ ଓ ତାର ତଥ୍ୟ ପ୍ରକାଶନରେ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ତତ୍‍ପରେ ଡ଼ଃ. ଏମ୍‍. ମଧୁ ଓ ଡ଼ଃ. କ୍ରିଷ୍ଣ କୁମାର ନାଭଲେଡ଼ି, ପୂର୍ବତନ ନିର୍ଦ୍ଦେଶକ ଏମ୍‍.ଏସ୍‍.ଆର୍‍.ଏଫ୍‍., ଜୟପୁର ସମସ୍ତଙ୍କୁ ଏହି କର୍ମଶାଳାର ସଫଳତାରେ ଅଭିନନ୍ଦନ ଜଣାଇଥିଲେ । ଡ଼ଃ. ପ୍ରେମ୍‍ କୁମାର ଝା, ଓଡ଼ିଶା ଔଷଧୀୟ ଉଭ୍ଭିଦ ବୋର୍ଡର ଅତିରିକ୍ତ ମୁଖ୍ୟ ବନ ସଂରକ୍ଷକ ଚାଷୀମାନଙ୍କୁ ପଞ୍ଜିକରଣ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ବିଷୟରେ ଅବଗତ କରାଇଥିଲେ ।ପରିଶେଷରେ ଡି.ଏଫ୍‍.ଓ., ଜୟପୁର ଶ୍ରୀଯୁକ୍ତ ଏନ୍‍. ଏସ୍‍. ଜେ. ପି. ସିଂହ ସମସ୍ତ ଅଂଶ ଗ୍ରହଣକାରୀମାନଙ୍କୁ ଏହି କାର୍ଯ୍ୟକ୍ରମର ସଫଳତା ନିମନ୍ତେ ଧନ୍ୟବାଦ ଅର୍ପଣ କରିଥିଲେ । ସଂଯୋଜକ ଶ୍ରୀ ପ୍ରଶାନ୍ତ କୁମାର ପରିଡ଼ା ଏହି ଉଦ୍‍ଯାପନୀ ଉତ୍ସବକୁ ପରିଚାଳନା କରିଥିଲେ । ଡ଼ଃ. କାର୍ତ୍ତିକ ଚ଼ରଣ ଲେଙ୍କ। ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ