ଚାରି ପଞ୍ଚାୟତରେ ବିଧାୟକଙ୍କ ବିଜେଡି କର୍ମୀ ଓ ଲୋକଙ୍କ ସହ ଆଲୋଚନା
ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ବାଲିଛାଇ, ମନ୍ଦାର, କେନ୍ଦୁବାଡି ଓ କଣଛାଇ ଏହି ଚାରି ଗୋଟି ପଞ୍ଚାୟତରେ ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଗସ୍ତକରି ବିଜେଡି କର୍ମୀ ଓ ଜନସାଧାରଣଙ୍କ ସହ ବିଭିନ୍ନ ଅଭାବ ଅସୁବିଧା ବିଷୟରେ ଆଲୋଚନା କରିଛନ୍ତି। ପୂର୍ବାହ୍ନ ରେ ବାଲିଛାଇ ଓ ମନ୍ଦାର ଗ୍ରାମ ପଞ୍ଚାୟତକୁ ଯାଇ ଦଳୀୟ କର୍ମୀଙ୍କ ସହ ଦଳ କିପରି ଆହୁରି ସୁଦୃଢ ହୋଇପାରିବ ଆଲୋଚନା କରିଥିଲେ। ସେହିପରି ଲୋକଙ୍କ ସହମିଶି ଅଞ୍ଚଳର ଅଭାବ ଅସୁବିଧା ବିଷୟରେ ଆଲୋଚନା କରିବା ସହ କେତେକ କାର୍ଯ୍ୟ ପାଇଁ ଭୂମିପୂଜା କରିଥିଲେ। ସେହିପରି ଅପରାହ୍ନରେ କେନ୍ଦୁବାଡି ଓ କଣଛାଇ ଗ୍ରାମ ପଞ୍ଚାୟତକୁ ଯାଇ ଦଳୀୟ ସଂଗଠନ ସୁଦୃଢ ପାଇଁ ଆଲୋଚନା କରିବା ସହ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ । ବିଧାୟକଙ୍କ ଏହି କାର୍ଯ୍ୟକ୍ରମରେ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ ଓ ସମ୍ପାଦକ ଅଶୋକ କୁମାର ବିଷୋୟୀ ଏବଂ ପଞ୍ଚାୟତ ସମିତି ଅଧ୍ୟକ୍ଷ ବଳରାମ ସେଠୀ ଓ ଉପାଧ୍ୟକ୍ଷ ସଂଯୁକ୍ତା ବାଡତ୍ୟା ସମେତ ବହୁ ଦଳୀୟ ସମର୍ଥିତ ଲୋକ ପ୍ରତିନିଧି, ଦଳୀୟ ନେତୃ ସ୍ଥାନୀୟ ବ୍ୟକ୍ତି, କର୍ମୀ, ଓ ଜନସାଧାରଣ ଉପସ୍ଥିତ ଥିଲେ।