ଚାରି ବର୍ଷ ମଧ୍ୟରେ ପିଆଜ ଦର ସବୁଠୁ ମହଙ୍ଗା

ନୂଆଦିଲ୍ଲୀ: ସମଗ୍ର ଦେଶରେ ପୁଣି ଥରେ ବୃଦ୍ଧି ପାଇଥିବା ପିଆଜ ଦର ଗତ ଚାରି ବର୍ଷ ମଧ୍ୟରେ ସବୁଠୁ ଅଧିକ ବାଲି ଜଣାପଡ଼ିଛି । ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳର ଖୁଚୁରା ବଜାରରେ ପିଆଜ ଦର ୨୫% ବଢ଼ି କିଲୋପିଛା ୬୦ ରୁ ୮୦ ଟଙ୍କା ମଧ୍ୟରେ ବିକ୍ରୟ ହେଉଛି । କିଲୋପିଛା ପାଇକାରୀ ଦର ରହିଛି ୩୫-୫୦ ଟଙ୍କା ।
ଓଖଲା ମଣ୍ଡିର ପିଆଜ ବ୍ୟବସାୟୀ ହାଜି ୟମୀନ୍ କହନ୍ତି: ଯୋଗଣ କମ୍ ଥିବାରୁ ପିଆଜ ଦର ବଢ଼ିଛି । ଯୋଗାଣ ଠାରୁ ଚାହିଦା ପ୍ରାୟ ୧. ୫ ଗୁଣା ଅଧିକ ଥିବାରୁ ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳରେ ପିଆଜ ମହଙ୍ଗା ହେଉଛି । ଦେଶର ଦକ୍ଷିଣାଞ୍ଚଳରେ ପ୍ରବଳ ବର୍ଷାଯୋଗୁଁ ପିଆଜ ଫସଲ ଉଜୁଡ଼ି ଯାଇଛି, ବିଶେଷକରି କର୍ଣ୍ଣାଟକରେ । ଏଇ କାରଣରୁ ଦେଶର ଉତ୍ତର ଭାଗକୁ ପିଆଜ ଯୋଗାଣ ହ୍ରାସ ପାଇଛି? ଫସଲ ଉଜୁଡ଼ି ଯିବା ଛଡ଼ା, ବଜାରକୁ ବିଳମ୍ବରେ ନୂଆ ପିଆଜ ଆସିବା ମଧ୍ୟ ଦର ବୃଦ୍ଧିର ଅନ୍ୟତମ କାରଣ । ଯଦି ପିଆଜ ଯୋଗାଣ ନ ବଢ଼େ ଆଗାମୀ ମାସେ ଯାଏଁ ଏହି ପରିସ୍ଥିତି ଲାଗିରହିବ । ଦର ମଧ୍ୟ ଆହୁରି ବୃଦ୍ଧି ପାଇବ ।
କର୍ଣ୍ଣାଟକ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଏବଂ ଗୁଜରାଟ ଆଦି ରାଜ୍ୟରେ ଅତି ପ୍ରବଳ ବର୍ଷା ହେବାରୁ ପିଆଜ ଫସଲ ଓ ଯୋଗାଣ ବ୍ୟବସ୍ଥା ପ୍ରଭାବିତ ହେଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ