ଚାରି ବାଲି ବୋଝେଇ ଟ୍ରାକ୍ଟର ଜବତ : ୮୦,୪୮୦ ଟଙ୍କା ଜବତ
ବେଲଗୁଣ୍ଠା,(ଯୁଗାବ୍ଦ ନ୍ୟୁଜ୍ ) : ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ମନ୍ଦାରଠେଣ୍ଟାଧର ଗ୍ରାମ ମଧ୍ୟରେ ପ୍ରବାହିତ ହୋଇଥିବା ବଡ ନଦୀରୁ ବାଲି ଚୋରା ଚାଲାଣ ସମୟରେ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରାଙ୍କ ନିର୍ଦେଶ ପରେ ଗାଙ୍ଗପୁର ଡିଏସ୍ପି ,ଓ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ୪ ବାଲି ବୋଝେଇ ଗାଡିକୁ ଜବତ କରିବା ସହ ସେମାନଙ୍କୁ ୮୦ ହଜାର ୪୮୦ ଟଙ୍କାର ଜୋରିମାନା ଆଦାୟ କରିଛନ୍ତି । ଏହି ବାଲି ଚାଲାଣ ପୂର୍ବରୁ ମଧ୍ୟ ବାରମ୍ବାର ଅଭିଯୋଗ ହେଉଥିବା ବେଳେ ଗୁରୁବାର ତହସିଲଦାରଙ୍କ ନିର୍ଦେଶ ପରେ ଅଚାନକ ଚଢାଉ କରି ଜୋରିମାନା ଆଦାୟ କରାଯାଇଛି ।