ଚାରି ମହିଳାଙ୍କ ସହ ଚାରି ପୁରୁଷ ଯୁଆଡ଼ି ଗିରଫ
କୁକୁଡାଖଣ୍ଡି,(ବିଭୁ ନନ୍ଦନ ପଣ୍ଡା): ନିମଖଣ୍ଡି ଥାନା ଅଧିନସ୍ତ ଲୋଚାପଡା ବିଶ୍ଵକର୍ମା ସାହିରେ କିଛି ପୁରୁଷ ଓ ମହିଳା ଏକ ଘରେ ମିଳିତ ଭାବେ ଜୁଆ ଖେଳୁଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନିମଖଣ୍ଡି ଥାନା ପୁଲିସ ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଅତର୍କିତ ଭାବେ ଚଢ଼ାଉ କରିଥିଲେ, ଛଡାଉ ବେଳେ ଚାରି ଜଣ ପୁରୁଷ ଓ ଚାରି ଜଣ ମହିଳା ଜୁଆଡ଼ିକୁ ଜୁଆ ଖେଳୁଥିବା ସମୟରେ କାବୁ କରିଥିଲେ, ସେମାନଙ୍କ ଠାରୁ ଖେଳ ସାମଗ୍ରୀ ସହ ଛାୟାଲସି ହଜାର ତିନିଶହ ଅସି ଟଙ୍କା ଓ ଆଠ ଗୋଟି ମୋବାଇଲ ଫୋନ ଜବତ କରିବା ସହ ଥାନା କେଶ ନମ୍ବର 248/24 ଅନୁଯାଇ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରିଣୀ ରେବତୀ ଶବର.