ଚାରି ଶିଶୁ ସଂକୀର୍ତ୍ତନ ମଣ୍ଡଳୀଙ୍କ ଆକର୍ଷଣୀୟ ପରିବେଷଣ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ପବିତ୍ର କାର୍ତ୍ତିକ ମାସ ପୂଣ୍ୟ ପଞ୍ଚୁକ ବ୍ରତର ତୃତୀୟ ଦିବସରେ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଗ୍ରାମ ଶ୍ରୀ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମନ୍ଦିର ପରିସରରେ ଆରମ୍ଭ ହୋଇଥିବା ଅଷ୍ଟ ପ୍ରହରୀ ଅଖଣ୍ଡ ନାମ ଯଜ୍ଞ ଆଜି ସକାଳେ ଉଦଯାପିତ ହୋଇଛି I କେନ୍ଦୁପଦର ମଠ ମହନ୍ତ ପଣ୍ଡିତ ଗୁରୁ ଚରଣ ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିବା ଏହି ଅଷ୍ଟ ପ୍ରହରୀରେ ଗାଙ୍ଗପୁର ଗ୍ରାମର ଶ୍ରୀ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ଶିଶୁ ସଂକୀର୍ତ୍ତନ ମଣ୍ଡଳୀ ସମେତ କାଳୁକୁ,ମୁକ୍ତାପୁଞ୍ଜି ଏବଂ ପଳାସପଲ୍ଲୀ ଗ୍ରାମର ଅନ୍ୟ ତିନି ଶିଶୁ ସଂକୀର୍ତ୍ତନ ଅଂଶଗ୍ରହଣ କରିଛନ୍ତି I କାର୍ଯ୍ୟକ୍ରମରେ ପ୍ରତି ଶିଶୁ ସଂକୀର୍ତ୍ତନ ମଣ୍ଡଳୀର ପରିବେଷଣ ଖୁବ୍ ଆକର୍ଷଣୀୟ ପାଲଟିଥିବା ବେଳେ ସେମାନଙ୍କ ପରିବେଷଣ ଦେଖିବା ପାଇଁ ଆଖପାଖ ଗ୍ରାମରୁ ଲୋକଙ୍କ ସୁଅ ଛୁଟିଥିଲା I ଏହି କାର୍ଯ୍ୟକ୍ରମ ଗାଙ୍ଗପୁର ଗ୍ରାମବାସୀଙ୍କ ଦ୍ୱାରା ପରିଚାଳିତ ହୋଇଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ