ଚାରି ଶ୍ରେଣୀରେ ମିଶିବ ୪୪ ପୁରୁଣା ଶ୍ରମ ଆଇନ

ନୂଆଦିଳ୍ଲୀ, (ଏଜେନ୍ସି): ନିବେଶକଙ୍କୁ ସୁଯୋଗ ଓ ଆର୍ଥିକ ବୃଦ୍ଧିକୁ ପ୍ରୋତ୍ସାହିତ କରିବା ଉଦେଶ୍ୟରେ କେନ୍ଦ୍ର ସରକାର ନୂଆ ଶ୍ରମ ବିଧେୟକ ଉପସ୍ଥାପନ କରିବାକୁ ଯୋଜନା ପ୍ରସ୍ତୁତି କରୁଛନ୍ତି । ଏଥିରେ ୪୪ପୁରୁଣା ଶ୍ରମ ଆଇନ୍କୁ ବେତନ, ସାମାଜିକ ସୁରକ୍ଷା, ଔଦ୍ୟୋଗିକ ସୁରକ୍ଷା ଏବଂ କଲ୍ୟାଣ ଓ ଔଦ୍ୟୋଗିକ ସମ୍ବନ୍ଧିତ ନୂଆ କରି ୪ଟି ଶ୍ରେଣୀର ଆଇନରେ ମିଶ୍ରଣ କରାଯିବ । ଗୃହ ମନ୍ତ୍ରୀ ଅମିତ୍ ସାହଙ୍କ ଅଧ୍ୟକ୍ଷତାରେ ହୋଇଥିବା ଆନ୍ତଃ-ମନ୍ତ୍ରୀସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗବାର୍, ବାଣିଜ୍ୟ ଏବଂ ରେଳ ମନ୍ତ୍ରୀ ପିୟୁଷ ଗୋଏଲ୍ ସାମିଲ ଥିଲେ । ଗଙ୍ଗବାର୍ ବୈଠକ ପରେ ସଂସଦର ଆସନ୍ତା ଅଧିବେଶନରେ ଶ୍ରମ ବିଧେୟକ ଉପସ୍ଥାପନ କରାଯିବା ସମ୍ବନ୍ଧରେ ପ୍ରକାଶ କରିଛନ୍ତି । ଗଙ୍ଗବାର୍ ଏହି ବିଧେୟକର ଡ୍ରାଫ୍ଟକୁ ପାରିତ କରିବା ପାଇଁ ମନ୍ତ୍ରୀମଣ୍ଡଳ ସମ୍ମୁଖରେ ରଖାଯିବ ବୋଲି ଉଲ୍ଲେଖ କରିଛନ୍ତି । ପରେ ଏହାକୁ ସଂସଦର ଆସନ୍ତା ଅଧିବେଶନରେ ସମ୍ଭବତଃ ଦ୍ୱିତୀୟ ସପ୍ତାହରେ ଉପସ୍ଥାପନ କରାଯିବ । ସେ କହିଛନ୍ତି ଯେ ସରକାର ନୂଆ ଶ୍ରମ ଆଇନ୍କୁ ନେଇ ଦେଶର ସମସ୍ତ ବୃହତ୍ତ ଶ୍ରମ ୟୁନିଅନ୍ ସହିତ ସମ୍ପର୍କ କରିଛନ୍ତି । କର୍ମଚାରୀ ଭବିଷ୍ୟ ନିଧି ଏବଂ ବିବିଧ ପ୍ରାବଧନ ଅଧିନିୟମ (ଏମ୍ପେ୍ଲାଇଜ୍ ପ୍ରୋଭିଡେଣ୍ଟ ଫଣ୍ଡ ଆଣ୍ଡ ମିସଲେନିୟମ ପ୍ରଭିଜେନ୍ସ ଆକ୍ଟ) କର୍ମଚାରୀ ରାଜ୍ୟ ବୀମା ନିଗମ ଅଧିନିୟମ (ଏମ୍ପେ୍ଲାଇଜ୍ ଷ୍ଟେଟ୍ ଇନ୍ସ୍ୟୁରାନ୍ସ କର୍ପୋରେସନ୍ ଆକ୍ଟ), ମାତୃତ୍ୱ ଲାଭ ଅଧିନିୟମ, ଭବନ ଏବଂ ଅନ୍ୟ ନିର୍ମାଣ ଅଧିନିୟମ ସହିତ କର୍ମଚାରୀ କ୍ଷତିପୂରଣ ଅଧିନିୟମ ପରି ସାମାଜିକ ସୁରକ୍ଷା ସମ୍ବନ୍ଧିତ ଆଇନ୍କୁ ମିଶାଇ ଏକ ସାମାଜିକ ସୁରକ୍ଷା ଆଇନ୍ ତଥା ସଂହିତା ପ୍ରସ୍ତୁତ କରାଯିବ । ଏହି ପ୍ରକାରରେ ଫାକ୍ଟ୍ରୀଜ୍ ଆକ୍ଟ, ମାଇନ୍ସ ଆକ୍ଟ, ଡାକ ୱାର୍କସ (ସୁରକ୍ଷା, ସ୍ୱାସ୍ଥ୍ୟ ଓ ଜନମଙ୍ଗଳକାର୍ଯ୍ୟ) ଆକ୍ଟ ପରି କିଛି ଔଦ୍ୟୋଗିକ ସୁରକ୍ଷା ଓ କଲ୍ୟାଣ ଆଇନ୍କୁ ମିଶାଇ ଏକ ନୂଆ ଆଇନ୍ ଗଠନ କରାଯିବ । ଅନ୍ୟପକ୍ଷରେ ନ୍ୟୁନତମ ଶ୍ରମିକ ଆଇନ୍, ଶ୍ରମିକ ପେମେଣ୍ଟ ଅଧିନିୟମ, ବୋନସ୍ ପେମେଣ୍ଟ ଆଇନ୍, ସମାନ ପାରିତୋଷିକ ଅଧିନିୟମ ଓ କିଛି ଅନ୍ୟ ସମ୍ବନ୍ଧିତ ଆଇନ୍କୁ ଏକାଠି କରାଯିବ । ସେହିପରି ଲେବର୍ କୋଡ଼୍ ଅନ୍ ଇଣ୍ଡଷ୍ଟ୍ରୀଆଲ୍ ରିଲେସନ୍ସରେ ଔଦ୍ୟେଗିକ ବିମାଦ ଆଇନ୍ ୧୯୪୭, ଟ୍ରେଡ଼୍ ୟୁନିଅନ୍ସ ଆକ୍ଟ, ୧୯୨୬ ଓ ଇଣ୍ଡଷ୍ଟ୍ରୀଆଲ୍ ଏମ୍ପେ୍ଲାଇମେଣ୍ଟ ଆକ୍ଟ ୧୯୪୬କୁ ଏକାଠି କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ