ଚାରି ଦିନ ବ୍ୟାପି ଅନୁଷ୍ଠିତ ହେବ ୨୪ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌): ବ୍ରହ୍ମପୁର ସହରର ନିଳାଦ୍ରି ବିହାର ସ୍ଥିତ ଅଖିଳ ଗାୟତ୍ରୀ ବିଶ୍ୱ ପରିବାର ତରଫରୁ ୨୪ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଆଗାମୀ ୯ ତାରିଖ ଠାରୁ ଆରମ୍ଭ ହୋଇ ୧୨ ତାରିଖରେ ସଂମ୍ପୁର୍ଣ୍ଣ ହେବ । ବିଶ୍ୱବ୍ୟାପୀ କଲ୍ୟାଣ ନିମନ୍ତେ ଗାୟତ୍ରୀ ଶକ୍ତିପୀଠ ତରଫରୁ ଏହି ଯଜ୍ଞ ର ଆୟୋଜନ କରାଯାଉଛି । ଗାୟତ୍ରୀ ପୀଠରେ ପ୍ରତିଦିନ ଆୟୋଜନ ହେଉଥିବା ଯଜ୍ଞ ଠାରୁ ସଂମ୍ପୂର୍ଣ୍ଣ ଭାବରେ ନିଆରା ଢଙ୍ଗରେ ପାଳନ କରାଯିବ ବୋଲି ଗାୟତ୍ରୀ ଶକ୍ତିପୀଠ ତରଫରୁ ସୂଚନା ମିଳିଛି । ଏଥିସହ ଏହି ମହାନ ଯଜ୍ଞ ରେ ଯେଉଁ ମାନେ ମନ୍ତ୍ରାହୁତି ଦେବେ ସେହିମାନେ ଆଗରୁ ଅନ୍ତତଃ ୪୫ ଧରି ସଂଜୀବନୀ ସାଧନା କରିଥିବେ । ବର୍ତ୍ତମାନ ୩ ହଜାର ରୁ ଉର୍ଦ୍ଧ୍ୱ ସାଧକ ଏହି ସଂଜୀବନୀ ସାଧନାରେ ସଂକଳ୍ପ ନେଇ ସାଧନା ରତ ଅଛନ୍ତି । ସେହି ପରିଜନ ମାନେ ଯଜ୍ଞରେ ଆହୁତି ପ୍ରଦାନ କରିବା ସହିତ ପୂର୍ଣ୍ଣାହୁତି କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ