ଚାର୍ଜସିଟ୍ ସମ୍ପର୍କିତ ତଥ୍ୟ ଲିକ୍ ହେବା ପ୍ରସଙ୍ଗ ସ୍ପଷ୍ଟୀକରଣ ରଖିଲା ଇଡି
ନୂଆଦିଲ୍ଲୀ(ଏଜେନ୍ସି): ଅଗଷ୍ଟାୱେଷ୍ଟଲାଣ୍ଡ ଦୁର୍ନୀତି ପ୍ରସଙ୍ଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ କୋର୍ଟରେ ଦାଖଲ କରାଯାଇଥିବା ଚାର୍ଜିସିଟ୍ ସମ୍ପର୍କୀତ ତଥ୍ୟ ଗଣମାଧ୍ୟମ ରିପୋର୍ଟରେ ଆଗୁଆ ପ୍ରକାଶ ପାଇବା ଘଟଣାରେ ଇଡି କର୍ତ୍ତୃପକ୍ଷ ଆଜି ସ୍ପଷ୍ଟୀକରଣ ରଖିଛନ୍ତି । ଏଥିରେ ଇଡି କର୍ତ୍ତୃପକ୍ଷ ଦର୍ଶାଇଛନ୍ତି ଯେ, ଯଦି ଉକ୍ତ ଚାର୍ଜସିଟ୍ ଅଭିଯୁକ୍ତ ପାଇବା ପୂର୍ବରୁ ଗଣମାଧ୍ୟମରେ ପ୍ରକାଶ ପାଇବାରେ କୌଣସି ସମସ୍ୟା ନାହିଁ । ଏହି ଚାର୍ଜସିଟ୍ ସାର୍ବଜନୀନ ହୋଇପାରିବ । ତେବେ ଏହି ଚାର୍ଜସିଟ୍କୁ ଯଥାସମ୍ଭବ ଗୁପ୍ତ ରଖିବାକୁ ଚେଷ୍ଟା କରାଯାଇଛି । ତଥାପି ଯଦି କୌଣସି ଅସମର୍ଥିତ ସୂତ୍ରରୁ ଏସମ୍ପର୍କରେ ପ୍ରଘଟ ହେଉଛି ତେବେ ଏହାକୁ ବିଶେଷ ଗୁରୁତ୍ୱ ଦିଆଯିବାର କୌଣସି ଆବଶ୍ୟକତା ନାହିଁ ।
ୟୁପିଏ ସରକାର ସମୟରେ ହୋଇଥିବା ଅଗଷ୍ଟାୱେଷ୍ଟଲାଣ୍ଡ ହେଲିକପ୍ଟର ଦୁର୍ନୀତିର ଅନ୍ୟତମ ଅଭିଯୁକ୍ତ ତଥା ବିଟ୍ରିଶ ନାଗରିକ କ୍ରିଷ୍ଟିଆନ ମିସେଲ, ଗଣମାଧ୍ୟମରେ ଇଜି ଚାର୍ଜଶିଟ୍ ଗଣମାଧ୍ୟମରେ ଆଗୁଆ ଲିକ୍ ହୋଇଥିବା ନେଇ ଆପତ୍ତି ଉଠାଇଥିଲେ । କୋର୍ଟ ଏହାପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଜବାବ ତଲବ କରିବା ପରେ ଆଜି ନିଜ ଜବାବରେ ଇଡି ଏପରି କହିଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨ଠରେ କୋର୍ଟ କରିବେ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ, ନିକଟରେ ଅଗଷ୍ଟା ୱେଷ୍ଟଲାଣ୍ଡ ଦୁର୍ନୀତିରେ ମିସେଲଙ୍କ ନାଁରେ ଇଡ଼ି କୋର୍ଟରେ ଅତିରିକ୍ତ ଚାର୍ଜଶିଟ୍ ଦାଖଲ କରିଛି । ଏହି ଭିଭିଆଇପି ହେଲିକେପ୍ଟର କିଣିବାରେ ବହୁ ପୂର୍ବତନ ବାୟୁସେନା ଅଧିକାରୀ, କଂଗ୍ରେସ ନେତା, ବ୍ୟୁରୋକ୍ରାଟ୍ ସାମିଲ ଥିବା ଇଡି ନିଜ ଚାର୍ଜସିଟ୍ରେ ଦର୍ଶାଇଥିବା ଜଣାପଡିଛି ।


