ଚାଲିଛି ବେଆଇନ ମାଳ ମାଳ ମାଟି ଇଟା ଭାଟି କାର୍ୟ୍ୟାନୁଷ୍ଠାନ ଦାବୀ
ଦିଗପହଣ୍ଡି , ( ଯୁଗାବ୍ଦ ନ୍ୟୁଜ୍ ) : ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଳକର ବିଭିନ୍ନ ଅଞ୍ଚଳରେ ଏବେ ବେଆଇନ ଭାବେ ଉପର ଭାଟି ଇଟା ଭାଟି ମାନ ଗଢି ଉଠିଥିବା ଦେଖିବାକୁ ମିଳିଛି । ମାଟି ଇଟା ଭାଟି ପାଇଁ କଠୋର ଆଇନ ହୋଇଥିଲେ ହେଁ ସେଥିପ୍ରତି ପ୍ରଶାସନ ପକ୍ଷରୁ କୌଣସି ପ୍ରକାର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଏଭଳି ବେଆଇନ ଭାବେ ଉପର ଇଟା ଭାଟି ମାନ ଗଢି ଉଠିଥିବା ଦେଖିବାକୁ ମିଳିଛି । ପୂର୍ବରୁ ଏନେଇ ଏନଜିଟିରେ ପିଟିସନ୍ ଫାଇଲେ ହେବା ପରେ ଗଞ୍ଜାମ ଜିଲ୍ଲାର ୧୨୨ଟି ଇଟାଭାଟି ଜରିମାନା ଦେଇଥିଲେ । ପରେ କିଛି ଇଟାଭାଟି ପ୍ରଶାସନ ଉପସ୍ଥିତିରେ ଭଙ୍ଗାଯାଇଥିଲା । ହେଲେ ପୁନଶ୍ଚ ତାହା ଚାଲିଥିବା ଏବେ ଦେଖିବାକୁ ମିଳିଛି । ସମ୍ପ୍ରତ୍ତି ଜିଲ୍ଲା ପ୍ରଶାସନ ସମସ୍ତ ତହସିଲକୁ ଚିମିନି ଇଟାଭାଟି ବ୍ୟତୀତ ସମସ୍ତ ଇଟାଭାଟି ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠି କରିଥିବା ଜଣାଯାଇଛି । ହେଲେ ତାହା କଡାକଡି ଭାବେ ପାଳନ କରାଯାଉନଥିବା ଜଣାପଡୁଛି । ଖମ୍ବାରୀଗାଁ, ଦିଗପହଣ୍ଡି, ରାଜପୁର, ଜକମେରୀପଲ୍ଲୀ, ଜଲମେରୀପଲ୍ଲୀ, ଏସ୍.ଗୋପାଳପୁର, ଡି.ଆମ୍ବଠା, ପୁଡାମାରୀ, ଆଡପଡା, ଡଭାର, ତେନ୍ତୁଆପଡା, କେ.ନୂଆଗାଁ ପରି ଅନେକ ସ୍ଥାନରେ ଏଭଳି ଇଟାଭାଟିମାନ ବିନାକାଗଜାତରେ ପ୍ରଶାସନର ଦୃଷ୍ଟିଅଢୁଆଳରେ ରହିଥିବା ଅଭିଯୋଗ ହୋଇଛି । ତେବେ ପ୍ରଶାସନ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହୋଇଛି ।