ଚାଲି ଚାଲି ଠାକୁରମୁଣ୍ଡା ଯାଉଥିବା ଶ୍ରମିକ ମାନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ଦେଲେ ସ୍ୱେଚ୍ଛାସେବୀ

ବନ୍ତ,(ଚାନ୍ଦିନୀ ମହାନ୍ତି):କରୋନା ଲକ୍ ଡାଉନ୍ ସମୟରେ ବିଭିନ୍ନ ସ୍ଥାନରେ ଫସି ରହିଥିବା ଶ୍ରମିକ ମାନେ ଭୋକଉପାସରେ ଦିନକାଟି ଶେଷରେ ଘରମୁହାଁ ହୋଇଛନ୍ତି । ଯିବା ପାଇଁ କୌଣସି ସୁବିଧା ନଥିବାରୁ ଶ୍ରମିକ ମାନେ ବାଧ୍ୟ ହୋଇ ଚାଲି ଚାଲି ଘରକୁ ଫେରୁଥିବା ଦେଖାଯାଇଛି । ସେହିପରି ବାରିକପୁର ଠାରେ କାର୍ଯ୍ୟ କରୁଥିବା ୯ ଜଣ ଶ୍ରମିକ ଲକ୍ ଡାଉନ୍ ପାଇଁ ଫସି ରହିଥିଲେ । କାମଧନ୍ଧା ବନ୍ଦ ହୋଇଯିବାରୁ ସେମାନେ ଚାଲି ଚାଲି ଠାକୁରମୁଣ୍ଡା ଯାଉଥିବା ବେଳେ ବନ୍ତ ଠାରେ ଶାନ୍ତିୟୁଥ୍ କ୍ଲବର ଜ୍ୟୋତି ରଞ୍ଜନ ନାୟକ, ଆଶିଷ ଚକ୍ରବର୍ତ୍ତୀ, କାହ୍ନା ନାୟକ, ମାନସ ଚଣ୍ଡ, ଶ୍ୟାମ ସୁନ୍ଦର ସିଂ, ସତ୍ୟ ରଞ୍ଜନ ଲେଙ୍କା, ଫାଲ୍ଗୁନି ରାଉତ, ଅଜୟ ଚଣ୍ଡ, ସଂଗ୍ରାମ ଦାସ ପ୍ରମୁଖ ଶ୍ରମିକ ମାନଙ୍କୁ ଅଟକାଇ ରନ୍ଧାଖାଦ୍ୟ ଦେବା ସହିତ ୨ ଦିନ ପାଇଁ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ