ଚାଲି ଚାଲି ପହଞ୍ଚୁଛନ୍ତି ପ୍ରବାସୀ ଓଡ଼ିଆ
ଚିକିଟି,(କୁରେସ ସାହୁ):ସାରା ପୃଥିବୀରେ କରନାର ପ୍ରକୋପ ଚାଲିଥିବା ବେଳେ ଦେଶର ବିଭିନ୍ନ ରାଜ୍ୟରେ ଅନେକ ଶ୍ରମିକ ମାନେ ଲକଡ଼ାଉନ ଯୋଗୁଁ ଫସିରହିଛନ୍ତି। କିଛି ଶ୍ରମିକ ମାନେ ଜଳ ପଥ ଦ୍ୱାରା ଆସିଥିବା ବେଳେ ।ବର୍ତମାନ ଚାଲି ଚାଲି ସାଇକେଲ ଦ୍ୱାରା ଅଞ୍ଚଳକୁ ଫେରୁଥିବା ଦେଖିବାକୁ ମିଳୁଛି। ଗତ କାଲି ଚେନାଇ ରୁ ଏକ ବସ ମାଧ୍ୟମରେ ଶ୍ରମିକ ମାନେ ଆନ୍ଧ୍ର ର ଶ୍ରୀକାକୁଲମ ଅଞ୍ଚଳରେ ପହଞ୍ଚି ଥିଲେ।କିନ୍ତୁ ବସ ଚାଳକ ଆନ୍ଧ୍ର-ଓଡିଶା ସୀମାନ୍ତ ଅଞ୍ଚଳକୁ ଯିବାକୁ ରାଜି ହୋଇନଥିଲେ। ଶେଷରେ ଏହି ଶ୍ରମିକ ମାନେ ବାଧ୍ୟ ହୋଇ ଖରାରେ ନିଜର ସ୍ତ୍ରୀ , ପିଲାଛୁଆଙ୍କୁ ଧରି କାନ୍ଧରେ ବସାଇ ଚାଲି ଚାଲି ଆସି ନିଜ ଗ୍ରାମରେ ପହଁଚିଲା ପରେ ସେମାନେ ନିଜ ଅଞ୍ଚଳରେ ଥିବା କ୍ଵ।ରଣ୍ଟିାଇନ କୁ ଯାଇ ରହିଥିଲେ।