ଚାଲି ଚାଲି ଫେରୁଥିବା ୮ଜଣଙ୍କୁ ଉଦ୍ଧାର କଲା ପ୍ରଶାସନ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ପ୍ରଶାସନ ଚାଲି ଚାଲି ଯାଉଥିବା ୮ ଜଣ ପ୍ରବାସୀ ଓଡ଼ିଆଙ୍କୁ ଉଦ୍ଧାର କରିଛି। ଲକ୍ଡାଉନ୍ ଯୋଗୁ ସେମାନେ ଔରଙ୍ଗାବାଦ ସମେତ ତେଲଙ୍ଗାନା, ଛତିଶଗଡ଼ ଆଦି ଅଞ୍ଚଳରେ ଫସିରହିଥିବା ବେଳେ ଗଞ୍ଜାମ ଫେରୁଥିବା ସ୍ଥାନୀୟ ତହସିଲଦାର ନୀତୀଶ କୁମାର ତ୍ରିପାଠୀ କହିଛନ୍ତି। ତହସିଲଦାର ଖାଇବା ବ୍ୟବସ୍ଥା କରିଥିଲେ। ସେମାନଙ୍କ ମଧ୍ୟରେ ଥିବା ଜଣେ ମହିଳା ଛତିଶଗଡ଼ରୁ ଚାଲିଚାଲି ଆସୁଛନ୍ତି। ତହସିଲଦାର ତ୍ରିପାଠୀ ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବଙ୍କ ସହ ଫୋନରେ କଥାହୋଇ ଘରକୁ ପଠାଇବା ବ୍ୟବସ୍ଥା କରିଛନ୍ତି।


