ଚାଳକ ବିହିନ ବାୟୁଯାନ ପାଇଁ ମଣିପାଲ ର ଆସଲେ ଏବଂ ଅନିସ ହେଲେ ପ୍ରଥମ

ଭୁବନେଶ୍ୱର,- ମଣିପାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଏମଆଇଟି) ର ଏରୋନୋଟିକସ୍ ଇଂଜିନିୟରିଂ ଶେଷ ବର୍ଷ ଛାତ୍ର ଆସଲେ ମୁଦାଲିଆର ଏବଂ ଅନିସ ପାଏ ଦ୍ୱିତୀୟ ନ୍ୟାସନାଲ ଏରୋସ୍ପେସ କନସେପଚ୍ୟୁଆଲ ଡିଜାଇନ କମ୍ପିଟିସନ (ଏନଏସିଡିଇସି ଆଇଆଇ) ରେ ଚାଳକ ବିହିନ ବୟୁଯାନ ର ଡିଜାଇନ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହି ପ୍ରତିଯୋଗୀତା ଏରୋନୋଟିକସ ସୋସାଇଟି ଅଫ ଇଣ୍ଡିଆ ଏବଂ ଆଇଆଇଟି ବମ୍ବେ ଦ୍ୱାରା ମିଳିତ ଭାବେ ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗୀତାରେ ସୌର ରଶ୍ମୀ ଚାଳିତ ବାୟୁଯାନ ପ୍ରଦର୍ଶନ କରାଯାଇଥିଲା । କୃତି ପ୍ରତିଯୋଗୀ ମାନଙ୍କର ନାମ ବାଙ୍ଗାଲୁରୁ ଠାରେ ଘୋଷଣା କରାଯାଇଥିଲା । ଏହି ପ୍ରତିଯୋଗିତାରେ ବାଙ୍ଗାଲୁରୁ ସ୍ଥିତ ଏମଭିଜେ କଲେଜ ଅଫ ଇନଜିନିୟରିଂ ଦ୍ୱିତୀୟ ହୋଇଥିବାବେଳେ ଆଇଆଇଟି ରୁର୍କି ତୃତୀୟ ସ୍ଥାନରେ ରହିଛି । ପ୍ରତିଯୋଗୀ ଦଳ ମାନଙ୍କୁ ଉପକୂଳବର୍ତି ଅଂଚଳରେ ବସତି ମ୍ୟାଫି ଏବଂ ଡିଜିଟାଲ ଡାଟା ସଂଗ୍ରହ ପାଇଁ ଏଲଆଇଡିଏଆର ଅନମ୍ୟାନ୍ଡ ହାଇ ଅଲଟିଚ୍ୟୁଡ ପ୍ଲାଟଫର୍ମ (ଏଲୟୁ-ଏଚଏପି) ମଡେଲ ତିଆରିକରିବାକୁ କୁହାଯାଇଥିଲା । ଏହି ପ୍ରତିଯୋଗୀତା ନଭେମ୍ବର ୨୦୧୮ ରେ ଆରମ୍ଭ ହୋଇ ବର୍ତମାନ ଶେଷ ହେଲା । ଏଥିରେ ୨୫ ଟି ପ୍ରତିଯୋଗୀ ଦଳ ୫ ଟି ରାଉଣ୍ଡରେ ଭାଗନେଇଥିଲେ । ପ୍ରଥମ ଚାରୋଟି ରାଉଣ୍ଡ ଡିଜାଇନ ଉପରେ ରିପୋର୍ଟ ତିଆରି ସମ୍ବଦ୍ଧିତ ଥିବା ବେଳେ ପଂଚମ ରାଉଣ୍ଡ ବିଚାରକ ମଣ୍ଡଳି ସମ୍ମୁଖରେ ପ୍ରଦର୍ଶନ ଥିଲା । ବିଚାରକ ମାନେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନସ୍, ଆଇଆଇଟି ଏବଂ ଡିଆରଡିଓ ଆଦି ସଂସ୍ଥାରୁ ଆସିଥିଲେ । ଏହି କୃତିତ୍ୱ ସମ୍ବନ୍ଧରେ ପ୍ରତିକ୍ରିୟା ଦେଇ ପ୍ରତିଯୋଗୀ ମାନଙ୍କ ମେଂଟର ତଥା ଶିକ୍ଷକ ଡଃ ମହମ୍ମଦ ଜୁବେର କହିଥିଲେ, “ମଣିପାଲ ର ଛାତ୍ରଛାତ୍ରୀ ମାନେ ସର୍ବଦା ପ୍ରତିଯୋଗୀତା ପାଇଁ ତତ୍ପର । ଏହି ପ୍ରତିଯୋଗୀତା ଶ୍ରେଣୀ ଗୃହର ପାଠପଢାକୁ କାର୍ଯ୍ୟରେ ବ୍ୟବହାର କରିବା ପାଇଁ ଉଦ୍ଦିଷ୍ଟ ।” କୃତି ପ୍ରତିଯୋଗୀ ଅନିସ ପାଏ କହିଥିଲେ, “ଆମେ ସୌରରଶ୍ମୀ ଚଳିତ ଚାଳକବିହିନ ବୟୁଯାନ ର ଡିଜାଇନ ଉପରେ ଅନେକ କିଛି ନୂଆ ଶିଖିବାକୁ ପାଇଲୁ ଏବଂ ଏହାର କାର୍ଯ୍ୟ କାରିତା ଉପରେ ମଧ୍ୟ ଜାଣିପାରିଲୁ । ଫାଇନାଲ ରେ ପ୍ରବେଶ କରିବା ବହୁତ କଷ୍ଟକର ଥିଲା । ପରବର୍ତି ସମୟରେ ସୁପ୍ରତିଷ୍ଠିତ ସଂସ୍ଥା ମାନଙ୍କୁ ପଛରେ ପକାଇ ଆମେ ପ୍ରଥମ ହୋଇପାରିଲୁ ।” ଆସଲେ ମୁଦାଲିଆର ଙ୍କ ପାଇଁ ଏହା ଏକ ମହାନ ଅଭିଜ୍ଞତା, “ଏହି ପ୍ରତିଯୋଗୀତା ରେ ବିଷୟବସ୍ତୁ ଏକ ଆକର୍ଷଣୀୟ ଲକ୍ଷ ସାଧନ ପାଇଁ ଉଦ୍ଦିଷ୍ଟ ଥିଲା । ଏହା ଆମର ଜ୍ଞାନ ଓ କୌଶଳକୁ ବହୁମାତ୍ରାରେ ବୃଦ୍ଧି କରିବାରେ ସହାୟକ ହୋଇଥିଲା” ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ