ଚାଷଜମିରେ ସାପ ଦଂଶନରେ ଚାଷୀର ମୃତ୍ୟୁ

ପାରଳାଖେମୁଣ୍ଡି, ( ତାରିଣୀ ପ୍ରସାଦ ପଣ୍ଡା ) – ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅଧିନସ୍ଥ ଖାଣ୍ଡବା ପଞ୍ଚାୟତର ସାରା ଗ୍ରାମର ଚାଷୀ ରତ୍ନାକର ସାହୁ (୪୯) ନିଜ ଚାଷଜମିରେ କାମ କରୁଥିବା ସମୟରେ ଏକ ବିଷଧର ସାପ କାମୁଡିବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି । ଘଟଣାରୁ ପ୍ରକାଶ ଯେ, ରତ୍ନାକର ନିଜ ଜମିରେ ଚାଷବାସ କାର୍ଯ୍ୟ କରୁଥିଲେ । ଏ ମଧ୍ୟରେ ଏକ ବିଷଧର ସାପ କାମୁଡି ଦେଇଥିଲା । ଘଟଣା ଘଟିବା ସଙ୍ଗେ ସଙ୍ଗେ ତାଙ୍କୁ ଜମିରୁ ଉଦ୍ଧାର କରି ଗୁଣୁପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଏନେଇ କାଶୀନଗର ଥାନାରେ ୭/୨୧ରେ ଏକ ଅପମୃତ୍ୟୁମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବାର ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି । ରତ୍ନାକରଙ୍କ ମୃତ୍ୟୁ ପରେ ସାରା ଗ୍ରାମାଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ