ଚାଷଜମି ଜଳମଗ୍ନ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ଏବଂ ମହାକାଳପଡା ବିଧାନସଭା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ବଛରାଇ,ବନ୍ଧକଟା,ଆଖୁଆଦକ୍ଷୀଣୀ ଓ ପରକୁଳା ପ୍ରଭୃତି ୧୫ଟି ଗ୍ରାମପଂଚାୟତର ଗହଗାପାଟରେ ପ୍ରତ୍ୟେକବର୍ଷ ସ୍ୱଳ୍ପ ମାତ୍ର ବର୍ଷାରେ ପ୍ରାୟ ୧୪ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇ ଫସଲ ନଷ୍ଟ ହେଉଛି । ଏହି ସମସ୍ୟାର ସମାଧାନ ପାଇଁ ସୋମବାର ବଛରାଇ ଓ ବନ୍ଧକଟା ପଂଚାୟତର କେତେକ ଚାଷୀ ବିଜେପି ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡାଙ୍କ ନେତୃତ୍ୱରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାପାଳ ନିଜେ ଜଳସେଚନ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କ ସହିତ ସଂପୃକ୍ତ ଅଂଚଳ ପରିଦର୍ଶନକରି ସେହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଥିବା ସୂଚନା ମିଳିଛି । ବିଜେପି ସଭାପତି ଶ୍ରୀ ପଣ୍ଡାଙ୍କ ସମେତ ଅବିନାଶ ସ୍ୱାଇଁ, ସୈାମ୍ୟରଞ୍ଜନ ଦାସ, ଅଲ୍ୟଳ ଦାସ, ଦେବାଶିଷ ସ୍ୱାଇଁ, ସତ୍ୟଜିତ ସ୍ୱାଇଁ, ଭିକାରୀ ନାୟକ, ସୈାଭାଗ୍ୟବ୍ରତ ଦାସ ଓ ହୃଷିକେଶ ସାହୁ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ