ଚାଷି ବିରୋଧି କଳା ଆଇନ୍ ବିରୁଦ୍ଧରେ ରେଳରୋକ ଓ ଆନ୍ଦୋଳନ
ଛତ୍ରପୁର ,(ଦେବଦତ୍ତ ମହାରଣା): କେନ୍ଦ୍ର ସରକାରଙ୍କ ତିନିଗୋଟି ଚାଷୀ ବିରୋଧି କଳା ଆଇନ୍ ବିରୋଧରେ ଓ ଏମଏସପି ର ଗ୍ୟାରେଣ୍ଟି ଦାବୀକୁ ନେଇ ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନର ନେତୃତ୍ୱ ନେଉଥିବା ରାଷ୍ଟ୍ରୀୟ ସଂଯୁକ୍ତ କିଶାନ୍ ମୋର୍ଚ୍ଚାର ଆହ୍ୱାନରେ ଆଜି ଦେଶରେ ୪ ଘଂଟିଆ ରେଲ ବନ୍ଦ ଡାକରା ଦିଆଯାଇଥିବାରୁ ଏହି କ୍ରମେ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରର ବଡ ଷ୍ଟେସନ ଠାରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦୀର୍ଘ ସମୟ ଧରି ରେଳ ଧାରଣା ଉପରେ କେନ୍ଦ୍ର ସରକାରଙ୍କ ଚାଷି ବିରୋଧି ନିତିକୁ ସମାଲୋଚନା କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହା ଫଳରେ ଏକ ମାଲ ବୋଝେଇ ଟ୍ରେନଟି ଅଟକି ରହିଥିଲା । ଚାଷି ମାନେ ଟ୍ରେନ ସମ୍ମୁଖରେ ଛିଡା ହୋଇ କେନ୍ଦ୍ର ସରକାରଙ୍କ ବିରୋଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଏହି ଆନ୍ଦୋଳନରେ ନବନିର୍ମାଣ କୃଷକ ସଂଗଠନର ଇଜୁ ଆମିନ୍ ଖାନ୍, ରମେଶ ଚନ୍ଦ୍ର କର, ସୁଦର୍ଶନ ପାତ୍ର, ରଙ୍କନାଥ ପାତ୍ର,ଦୁର୍ଗାଚରଣ ସାହୁ,ବିଶ୍ୱଜିତ୍ ସାହୁ,ଶିବରାମ ବେହେରା, ଭୁପନି ରଣା ଓ ରୁଷିକୁଲ୍ୟା ରୟତ ମହାସଭା ର ସଂପାଦକ ସିମାଂଚଳ ନାହାକଙ୍କ ସମେତ ବହୁ ଚାଷି ଓ ଚାଷୀନେତା ମାନେ ଏହି ରେଳରୋକ ବିକ୍ଷୋଭରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଚାଷୀ ବିରୋଧି ବିଲ୍ କୁ ପ୍ରତ୍ୟାହାର କରିବା ପାଇଁ ଦାବୀ କରିଥିଲେ ।