ଚାଷି ମୂଲିଆର ନେତା ତଥା ପୂର୍ବତନ ଛତ୍ରପୁର ବ୍ଲକ ଅଧ୍ୟକ୍ଷଙ୍କ ଦ୍ୱାଦଶ ଦିବସରେ ସ୍ମୃତି ସଭା

ଛତ୍ରପୁର,(ଦେବଦତ୍ତ ମହାରଣା) ; ଚାଷି ମୂଲିଆର ସୁଖ ଦୁଃଖର ସାଥୀ ତଥା ବର୍ଷିୟାନ କମ୍ୟୁନିଷ୍ଟ ନେତା ଏବଂ ପୂର୍ବତନ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ସ୍ୱର୍ଗତ ଏନ.ଇରେଶୁ ଆଚାରୀଙ୍କ ଦ୍ୱାଦଶ ଦିବସରରେ ତାଙ୍କର ନିଜ ଗାଁ ତଥା ଚିକଲଖଣ୍ଡିସ୍ଥିତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି କାର୍ଯ୍ୟାଳୟ ପରିସରରେ ଯୁବ ଆଇନଜିବୀ ତଥା ପୂର୍ବତନ ସରପଞ୍ଚ ଡି.ଆଦିନାରାୟଣ ରେଡ୍ଡୀ ଙ୍କ ସଭାପତିତ୍ୱର ଏକ ସ୍ମୃତି ସଭା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ବିଧାୟକ ଏନ୍‌.ନାରାୟଣ ରେଡ୍ଡୀ ଓ ଅଶୋକ କୁମାର ଚୈାଧୂରୀ, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ସମ୍ପାଦକ ପ୍ରକାଶ ଚନ୍ଦ୍ର ପାତ୍ର, ଜିଲ୍ଲା ସହ-ସମ୍ପାଦକ ନୀଳକଣ୍ଠ ଦାଶ, ଯୁବ ସଂଘ ରାଜ୍ୟ ସଭାପତି ତଥା ଛତ୍ରପୁର ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ସେଠୀ, ଛତ୍ରପୁର ଜୋନାଲ ସମ୍ପାଦକ ଏସ.କ୍ରିଷ୍ଣା ରେଡ୍ଡୀ, ଚମାଖଣ୍ଡି ଜୋନାଲ ସମ୍ପାଦକ ସିଏଚ୍‌.ଜନାର୍ଦ୍ଦନ ରେଡ୍ଡୀ, ଗଂଜାମ ଜୋନାଲ ସହ-ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ରଥ, ଲକ୍ଷ୍ମୀପୁର ସରପଞ୍ଚ ଏମ.ନାରସୁମୁଲୁ ରେଡ୍ଡୀ, ଛାତ୍ରସଂଘର ଜିଲ୍ଲା ସଭାପତି କାମଦେବ ନାହାକ, ଚିକଲଖଣ୍ଡି ଶାଖା ସମ୍ପାଦକ ସୁଦାମ ନାହାକ, ଚିକଲଖଣ୍ଡି ନାଏବ ସରପଞ୍ଚ ଟି.ନାରାୟଣ, ଗୁରୁଦେବ ବେହେରା, ଡ.ଦୁର୍ଯ୍ୟୋଧନ ପ୍ରଧାନ, ଦୁର୍ଯ୍ୟୋଧନ ନାହାକ, ଯୁବନେତା ଚିଙ୍କରା ବେହେରା,ଯୁବନେତା ଆର .ସନ୍ତୋଷ ରେଡ୍ଡୀ, ବିଜେଡି ନେତା ଶଙ୍କର ଦାଶ, ସୁରେଶ ଦାଶ, ଏସ.କାନ୍ତେୟା ରେଡ୍ଡୀ, ପୂର୍ବତନ ସରପଞ୍ଚ ଡି.ରାମସ୍ୱାମୀ ରେଡ୍ଡୀ, ଡି.ଲାଚ୍ଛନା ରାଓ, ରାୟପୁର ପଞ୍ଚାୟର ପୂର୍ବତନ ସରପଞ୍ଚ ସିମାଞ୍ଚଳ ସାହୁ, ମତ୍ସ୍ୟଜିବୀ ନେତା ବି. ସିମାଦ୍ରୀ , ବି.ଭୀମସେନ , ଓ କେ.ଏଲେୟା. ଯୁବ ଆଇନଜିବୀ ତଥା ପୂର୍ବତନ ସରପଞ୍ଚ ପଦ୍ମଚରଣ ସାହୁ, ସରକାରୀ ଓକିଲ ମନୋଜ କୁମାର ପାଢି, କଂଗ୍ରେସ ନେତା ତଥା ପୂର୍ବତନ ନଗରପାଳ ରାମ ଚନ୍ଦ୍ର ବେହେରା, ଛତ୍ରପୁର ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ନେତା ଭାଗିରଥୀ ବେହେରା, ଗଣପତି ବାରିକ, ସୋବୋଧ ସୁମନ ସ୍ୱାଇଁ, ଇଜୁ ଆମିନ ଖାନଙ୍କ ସମେତ ସର୍ବଦଳୀୟ ନେତା ଓ କର୍ମୀ ମାନେ ଯୋଗଦେଇ ସ୍ୱର୍ଗତ ଆଚାରୀଙ୍କ ସ୍ମୃତି ଚାରଣ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ଆଚାରୀ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ