ଚାଷୀଙ୍କୁ ପୁଣି ଶକ୍ତ ଧକ୍କା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ବହୁ ଦିନ ପୂର୍ବରୁ ଡିସେମ୍ବର 30 ତାରିଖ ଠାରୁ ଧାନମଣ୍ଡି ଖୋଲା ଯିବ ବୋଲି ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଥିଲା. ହେଲେ ଏହି ନିଷ୍ପତ୍ତିକୁ ଏବେ କାର୍ଯ୍ୟକାରୀ କରାଯାଉନାହିଁ. ଆଗାମୀ ଜାନୁୟାରୀ ୭ ତାରିଖରେ ଗଜପତିରେ ଧାନମଣ୍ଡି ଖୋଲିବ ବୋଲି ଜିଲ୍ଲାସ୍ତରୀୟ କମିଟି ବୈଠକରେ ସ୍ଥିର କରାଯାଇଥିବା ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି. ଏହି ସୂଚନା ଚାଷୀମାନଙ୍କ ଠାରେ ପହଞ୍ଚିବା ପରେ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି. ଅଦିନିଆ ବର୍ଷାରେ ଧାନଫସଲ ନଷ୍ଟ ସହିଥିବା ଚାଷୀଙ୍କୁ ଏହା ଆଉ ଏକ ଶକ୍ତ ଧକ୍କା ଲାଗିଛି । ଚଳିତ ମାସ ୩୦ ତାରିଖରେ ଖୋଲିବନି ଧାନ ମଣ୍ଡି I ଏହା ପରିବର୍ତ୍ତେ ଜାନୁୟାରୀ ୭ ତାରିଖ ଦିନ ଗଜପତିରେ ଧାନ ମଣ୍ଡି ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିବା ଜଣାଯାଇଛି। ଏନେଇ ଶୁକ୍ରବାର ଜିଲ୍ଲାସ୍ତରୀୟ ପ୍ରକ୍ୟୁରମେଣ୍ଟ କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀ, ଗଜପତି ଜିଲ୍ଲା ପରିଷଦ ଅଧ୍ଯକ୍ଷ ଜି. ତିରୁପତି ରାଓ, ଉପଜିଲ୍ଲାପାଳ ଅନୁପ ପଣ୍ଡା, ଜିଲ୍ଲା ଯୋଗାଣ ଅଧୂକାରୀ ପ୍ରଫୁଲ କୁମାର ବେହେରା ଓ ପାରଳାଖେମୁଣ୍ଡି ତହସିଲଦାର ନାରାୟଣ ବେହେରାଙ୍କ ସହ ଚାଷୀନେତା ସୂର୍ଯ୍ୟନାରାୟଣ ପଟ୍ଟନାୟକ ଓ ମିଲ୍ ମାଲିକମାନେ ଉପସ୍ଥିତ ଥିଲେ । ବୈଠକରେ ମୁଖ୍ୟ କରି ଧାନମଣ୍ଡି ଖୋଲିବା ସମ୍ପର୍କରେ ଆଲୋଚନା ହୋଇଥିଲା | ଚଳିତ ମାସ ୩୦ତାରିଖରେ ଧାନମଣ୍ଡି ଖୋଲିବାପାଇଁ ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇ ଜାନୁୟାରୀ ୭ ତାରିଖରେ ଜିଲ୍ଲାରେ ଧାନମଣ୍ଡି ଖୋଲିବ ବୋଲି ନିଷ୍ପରି ହୋଇଛି | ଅଦିନିଆ ବର୍ଷାରେ ଅମଳ ଧାନ ଭିଜିଯାଇଛି I ମଣ୍ଡି ଖୋଲିବା ଅବଧୂ ବଢ଼ାଇବା ଦ୍ବାରା ଧାନ ଶୁଖୁବା ସହ ଏହାର ଗୁଣବତ୍ତା ବଢ଼ିବ | ଓଦା ଧାନକୁ ଚାଷୀ ମଣ୍ଡିକୁ ଧରି ଆସିବେ। ଓଦା ଧାନର ଗୁଣବତ୍ତା ନ ଥିବା ଯୋଗୁଁ ମଣ୍ଡିରେ ଗ୍ରହଣ ଯୋଗ୍ୟ ହେବ ନାହିଁ | ତେଣୁ ଏପରି ସମସ୍ୟାର ସମାଧାନ କରିବା ଲାଗି ଜିଲ୍ଲା ପ୍ରଶାସନ ବୈଠକରେ ଉପସ୍ଥିତ ଥିବା ସମସ୍ତ ଜନପ୍ରତିନିଧୂ, ମିଲ୍ ମାଲିକ, ବିସ୍ତୃତ ଭାବେ ଆଲୋଚନା କରି ନିଷ୍ପତ୍ତି ନିଆଯାଇଥିବାର ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ