ଚାଷୀଙ୍କୁ ୫ ଲକ୍ଷ ଟଙ୍କାର ଫସଲବୀମା ରାଶି ପ୍ରଦାନ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ସେବା ସମବାୟ ସମିତିର ଚାଷୀ ସ୍ୱର୍ଗତ ଭଗବାନ ଦାସଙ୍କୁ ୫ ଲକ୍ଷ ଟଙ୍କାର ଫସଲବୀମା ରାଶି ପ୍ରଦାନ କରାଯାଇଛି । ଏହି ଅର୍ଥ ରାଶିକୁ ସ୍ୱର୍ଗତ ଦାସଙ୍କ ପତ୍ନୀ ପଦ୍ମାବତୀ ଦାସଙ୍କୁ ପ୍ରଦାନ କରାଯାଇଛି । ଏହି ଅର୍ଥରାଶିର ଚେକ୍ ପ୍ରଦାନ ବେଳେ ବିବିସିସି ବ୍ୟାଙ୍କ ବନ୍ତ ଶାଖାର ପରିଚାଳକ ରାମ ନାରାୟଣ ମହାନ୍ତି, ବିଡିଓ ରେବେକା ବିଲୁଙ୍ଗ, ବ୍ୟାଙ୍କ ଉପ ପରିଚାଳକ କିଶୋର ପାଣିଗ୍ରାହୀ, କୋଷାଧ୍ୟକ୍ଷ ବିକ୍ରମାଦିତ୍ୟ ପରିଡା, ଗଣିଜାଙ୍ଗ ସମିତିର ସମ୍ପାଦକ ବ୍ରଜ କିଶୋର ବିଶ୍ୱାଳ, କର୍ମଚାରୀ ସନାତନ ବେହେରା, ଦୀପକ ବାରିକ, ହରିହର ରାଉତରାୟ, ଉର୍ମିଳା ଜେନା ଉପସ୍ଥିତ ଥିଲେ ।