ଚାଷୀଙ୍କ ଧାନ କିଣାନଗଲେ, ବନ୍ଦ କରାଯିବ ଛତ୍ରପୁର –ତାରାତାରିଣୀ ମୁଖ୍ୟରାସ୍ତା

ଛତ୍ରପୁର, (ପ୍ରଶାନ୍ତ ମହାରଣା) : ଅମଳ ଧାନ ଖଳାରେ ପଡି ରହିଛି । ଚାଷୀଙ୍କ ଧାନ ମନଡିରେ କିଣାଯାଉନାହିଁ । ଏନେଇ ଆଜି ପୋଟ୍ଟଲାମପୁର ପଞ୍ଚାୟତ ର ବହୁ ଚାଷୀ ମାନେ ସେମାନଙ୍କ ଧାନ ମଣ୍ଡିରେ କିଣିବା ଦାବୀ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଅତିରିକ୍ତ ଜିଲ୍ଲପାଳ କବିନ୍ଦ୍ର କୁମାର ସାହୁଙ୍କୁ ପ୍ରଦାନ କରିଛନ୍ତି । ଧାନ ବିକ୍ରି କରିବା ନିମନ୍ତେ ସମସ୍ତ ଚାଷୀଙ୍କ ଟୋକନ ଆସି ଟୋକନ ଗୁଡିକର ଅବଧି ସରିବାକୁ ଗଲାଣି । ତଥାପି ସେମାନଙ୍କ ଧାନ କିଣାଯାଉନାହିଁ । ମିଲର କହୁଛି ଟାର୍ଗେଟ ନାହିଁ । ଯାହାଫଳରେ ସେମାନଙ୍କ ଧାନ କିଣାଯାଉନାହିଁ । ପଞ୍ଚାୟତର ୫୬୯ଜଣ ଚାଷୀ ଚାଷୀମାନେ ସୋସାଇଟି ଧାନ ବିକିବା ନିମନ୍ତେ ପଞ୍ଜିକରଣ କରିଥିଲେ । ସୋସାଇଟି ପକ୍ଷରୁ ୨୮୦ଜଣ ଚାଷୀ ଙ୍କ ଧାନ କିଣାଯାଇଥିବା ବେଳେ ଆହୁରୀ ୨୩୯ଜଣ ଚାଷୀଙ୍କ ଧାନ କିଣାଯାଇନାହିଁ । ସେମାନଙ୍କ ଟୋକନ ଅବଧୀ ସରିବାକୁ ଆସିଲାଣି । । ଆଉ ୫୦ ଜଣ ଚାଷୀଙ୍କ ଟୋକନ ଅବଧି ସରି ରଦ୍ଦ ହୋଇଯାଇଛି । ଏନେଇ ବାରମ୍ବାର ପ୍ରଶାସନିକ ସ୍ତରରେ ଗୁହାରୀ କରାଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ସେମାନଙ୍କ ଧାନ କିଣାଯାଇନାହିଁ । ଆସନ୍ତା ଦୁଇଦିନ ଭିତରେ ସେମାନଙ୍କ ଧାନ କିଣାନଯାଏ ତେବେ ମାର୍ଚ୍ଚ ୬ତାରିଖ ଠାରୁ ଛତ୍ରପୁର – ତାରାତାରିଣୀ ମୁଖ୍ୟରାସ୍ତା ଅବରୋଧ କରାଯାଇ ଚାଷୀମାନେ ଆନ୍ଦୋଳନ କରିବେ ବୋଲି ମଧ୍ୟ ଏହ ସ୍ମାରକ ପତ୍ରରେ ଦର୍ଶାଇଛନ୍ତି । ଏହାସହିତ ବ୍ୟଙ୍କ, ଆରଆଇ ଅଫିସ ଏବଂ ପିଏଚଡି ପ୍ରକଳ୍ପକୁ ବନ୍ଦ କରିବୁ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ନୀରଞ୍ଜନ ପ୍ରଧାନ , ରାଜେନ୍ଦ୍ର ନାହାକ, ରମେଶ ବାରିକ, ଶମ୍ବୁନାଥ ସ୍ୱାଇଁ , ଗଣପତି ବାରିକ ଓ ସୁକାନ୍ତ ନାହାକଙ୍କ ସମେତ ବହୁ ଚାଷୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ