ଚାଷୀଙ୍କ ଧାନ କିଣିବା ଦାବିରେ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଘେରାଉ
ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ପୁଣି ଚାଷୀ ହଟହଟା । ଜିଲ୍ଲାରେ ମୋ ସରକାର ଓ ୫ଟି କାଟୁ କରୁନି । ଜିଲ୍ଲାର ହଜାର ହଜାର ଚାଷୀ ମାନଙ୍କ ଧାନ ଅମଳ ହୋଇ ବିଲରେ ପଡ଼ିଥିବା ବେଳେ ସରକାରଙ୍କ ତରଫରୁ ସେମାନଙ୍କ ଧାନ ଏପର୍ଯ୍ୟନ୍ତ କିଣାଯାଉନି । ଫଳରେ ଚାଷୀମାନଙ୍କ ଦୁର୍ଦ୍ଦଶା କହିଲେନସରେ । ବିଲରେ ପଡ଼ି ରହିଥିବା ଧାନକୁ ଚାଷୀମାନେ ଜଗି ରହିଥିବା ବେଳେ ବାରହା ଆରମ୍ଭ କରି ବିଭିନ୍ନ ପଶୁ ଉପଦ୍ରବ ଏବଂ ଅଦିନିଆ ମେଘର ଭୟରେ ଚାଷୀମାନେ ମୁଣ୍ଡରେ ହାତ ଦେି ବସିଛନ୍ତି । ଏନେଇ ଗଂଜାମ ଜିଲ୍ଲାରେ ପ୍ରତିନିଧିତ୍ୱ କରି ଓଡ଼ିଶାର ପାଂଚ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ସରକାର ଚାଷୀମାନଙ୍କ ଦୁଃଖ ବୁଝିବେ କେବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି କବିସୂର୍ଯ୍ୟନଗର ବ୍ଲକ୍ ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମପଂଚାୟତର ୪୦ରୁ ଉର୍ଦ୍ଧ୍ୱ ଚାଷୀମାନେ ସେମାନଙ୍କ ଧାନ ସରକାର କିଣିବା ଦାବିରେ ଆଜି ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଘେରାଉ କରିବା ସହ କାର୍ଯ୍ୟାଳୟ ପରିସରରେ ବସି ରହିଛନ୍ତି । ସେମାନଙ୍କ ଦାବି ହେଲା ଯେ, ଆମେ ବର୍ଷର ଧାନ ଅମଳ କରି ଧାନ ବିକିଲେ ତାହାର ଟଙ୍କାରେ ନିଜର ପରିବାର ପୋଷଣ କରିବା ସହ ବିଭିନ୍ନ କାର୍ଯ୍ୟରେ ଲଗାଇବା ନିମନ୍ତେ ଅନାଇ ବସିଥିବା ବେଳେ ପ୍ରଶାସନ ଆମ ଧାନ ଏପର୍ଯ୍ୟନ୍ତ କିଣୁନାହାନ୍ତି । ଫଳରେ ବାରହା ଉପଦ୍ରବରେ ଫସଲ ଗୁଡ଼ିକ ନଷ୍ଟ ହୋଇଗଲାଣି । ସେପଟେ ଏସଏଚଜି ଗ୍ରୁପ୍ କିଣିବା ନିମନ୍ତେ ରହିଥିବା ବେଳେ ସେମାନେ ଟୋକେନ୍ ମାଗୁଛନ୍ତି । ଆମକୁ ଏପର୍ଯ୍ୟନ୍ତ ଟୋକେନ୍ ଆସୁନଥିବାରୁ ଆମେ ଏସଓଜି ଗ୍ରୁପକୁ ଧାନ ବିକି ପାରୁନୁ । ଏଣୁ ଆମକୁ ସରକାରଙ୍କ ପକ୍ଷରୁ ତୁରନ୍ତ ଟୋକେନ୍ ପ୍ରଦାନ କଲେ ଆମେ ଆମର ସମସ୍ତ ଧାନ ବିକ୍ରି କରି ପାରୁବୁ ବୋଲି ସେମାନେ କହିଥିଲେ । ଏହି ଘେରାଉ ବେଳେ କରୁଣା ବିଷୋୟୀ, ଜୟ ଦଳେଇ, ସନ୍ତୋଷ ଦଳେଇ, ଛଇଲ ବିଷୋୟୀ, କବିରାଜ ସ୍ୱାଇଁ, ବନମାଳୀ ବିଷୋୟୀ, ଉଦୟ ବିଷୋୟୀ, ଗୀତା ସ୍ୱାଇଁ, ପ୍ରହଲ୍ଲାଦ ସ୍ୱାଇଁ, ଲଲିତା ସ୍ୱାଇଁଙ୍କ ସମେତ ବହୁ ମହିଳା ଓ ପୁରୁଷ ଚାଷୀମାନେ ସନ୍ଧ୍ୟା ପର୍ଯ୍ୟନ୍ତ ଧାରଣାରେ ବସି ରହିଥିଲେ ।