ଚାଷୀଙ୍କ ଧାନ ସମିତିରୁ ଉଠାନଯିବା ପ୍ରତିବାଦରେ ରାସ୍ତା ଅବରୋଧ

ବନ୍ତ, ବନ୍ତ ବ୍ଲକ ବସନ୍ତିଆ ସେବା ସମିତିରୁ ଚାଷୀ ମାନଙ୍କ ଧାନ ଦୀର୍ଘ ଦିନ ଧରି ଉଠାଯାଇନଥିବା ପ୍ରତିବାଦରେ ଆଜି ସକାଳେ ୪୦ରୁ ଉର୍ଦ୍ଧ ଚାଷୀ ରାସ୍ତା ରୋକ କରିଥିଲେ । ବିଭାଗୀୟ ଅଧିକାରୀ ପହଞ୍ଚି ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା । ଭଦ୍ରକ – ଆନନ୍ଦପୁର ୧୩ନଂ ରାଜପଥର ବସନ୍ତିଆ ଠାରେ ଶହ ଶହ ଗାଡି ଅଟକ ରହିଥିଲା । ଏକହଜାରରୁ ଅଧିକ ଧାନ ପଡିରହିଥିବବେଳେ ପିପାଶ ନଥିବାରୁ ଧାନ ଉଠାଯାଇନଥିବା ସମିତି ପକ୍ଷରୁ କୁହାଯାଇଥିଲା । ଖବର ପାଇ ବନ୍ତ ଥାନା ଅଧିକାରୀ ଗଣେଶ୍ୱର ପ୍ରଧାନ ସଦଳବଳେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଥିଲେ । ସକାଳ ୧୦ଟା ୩୦ରେ ଏସଏଆଇସିଏସ ନିରଞ୍ଜନ ପାଢୀ , ସିଏସ ଓ ଅଶୋକ କୁମାର ମାଝୀ, ଏସିଏସଓ ମାନଓ ମହାପାତ୍ର ଏମଆଇ ଅଶୋକ ବେହେରା ,ଘଟଣାସ୍ଥଳରେ ପହଞ୍ଚି ଚାଷୀ ମାନଙ୍କ ସହ ଆଲୋଚନା କରି ଧାନ ଉଠାଇବାକୁ ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଥିଲା । ନିରଞ୍ଜନ ମଲ୍ଲିକ, ଶରତ ଜେନା, ପିତବାସ ଜେନା, ଅମୀୟ ନାୟକ, ଅମୁଲ୍ୟ ଜେନା, ମାର୍କଣ୍ଡ ମିଶ୍ର , ଅନୀଲ ବେହେରା, ପବିତ୍ର ନାୟକ, ଗୋବିନ୍ଦ ଓଝା, ସୁଦର୍ଶନ ସାହୁ, ଦିଲିପ ଘୋଷ, ପ୍ରଫୁଲ୍ଲ ସାହୁ, ରମେଶ ମଲ୍ଲିକ, ସୁରେଶ ବିଶ୍ୱାଳଙ୍କ ସମେତ ୪୦ରୁ ଉର୍ଦ୍ଦ ଚାଷୀ ରାସ୍ତା ରୋକରେ ସଲାମିଲ ହୋଇଥିଲେ୍ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ