ଚାଷୀଙ୍କ ମୃତଦେହ ଉଦ୍ଧାର

ଦିଗପହଣ୍ଡି, (ଓ୍ୱାଇଏନ୍‌ଏସ୍‌): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ନୂଆଗୁମ୍ମା ଗ୍ରାମ ନିକଟ ଏକ ଚାଷଜମିରୁ ଅପରାହ୍ନରେ ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।ମୃତକ ଜଣକ ଫାଶୀଗୁଡ଼ା ପଞ୍ଚାୟତ ଜକମେରୀ ପଲ୍ଲୀ ଗ୍ରାମର କଂଗ୍ରେସ ପ୍ରଧାନ ବୋଲି ଚିହ୍ନଟ କରାଯାଇଛି।କଂଗ୍ରେସ ପୂର୍ବାହ୍ନ ପ୍ରାୟ ୧୧ ଟା ରେ ଗାଁ ନଦୀ ନିକଟ ଚାଷ ଜମିକୁ ଯାଇ ଆଉ ଘରକୁ ଫେରି ନଥିଲେ। ଅପରାହ୍ନରେ ଜଣେ ଛେଳି ଜଗୁଆଳ ନଦୀହିଡ ଦେଇ ନୂଆ ଗୁମ୍ମା ଗାଁକୁ ଛେଳି ପଲ ନେଇ ଫେରୁଥିବା ବେଳେ ଖୋଲା ପଡିଆ ଜମିରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିଥିବା ଦେଖିବା ପରେ ଦୋୖଡି ଯାଇ ଗାଁ ଲୋକଙ୍କୁ ଜଣାଇଥିଲେ। ଖବର ପ୍ରଚାରିତ ହେବାପରେ ମୃତଦେହ ପଡିଥିବା ଜମି ନିକଟରେ ଆଖପାଖ ଗ୍ରାମର ବହୁସଂଖ୍ୟକ ଲୋକଙ୍କ ଭିଡ଼ ହୋଇଥିଲା । ଦିଗପହଣ୍ଡି ଥାନା ଏସଆଇ ମାଧବ ଚନ୍ଦ୍ର ଟାକରିଙ୍କ ସହ ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଥାନା ଅପମୃତ୍ୟୁ ମାମଲା ନଂ. ୫/୨୦ ଅନୁଯାୟୀ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ଡ଼ାକ୍ତରଖାନା କୁ ପଠାଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ