ଚାଷୀଙ୍କ ରାସ୍ତାରୋକ : ଯାତ୍ରୀ ହନ୍ତସନ୍ତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲାରେ ମିଲର ମାନେ ଧାନ ନ ନେବାରୁ ଚାଷୀଙ୍କ ମଧ୍ୟରେ ପ୍ରବଳ ଅସନ୍ତଷ ଦେଖାଦେଇଛି । ଜିଲ୍ଲାର ବିଶେଷ କରି କାଶୀନଗର ଓ ଗୋଷାଣୀ ବ୍ଲକରେ ଏପରି ସମସ୍ୟା ଦେଖାଦେଉଛି । ଚାଷୀମାନେ ବାରମ୍ବାର ଏନେଇ ଜିଲ୍ଲାପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ । ଦେଣୁ ସମୟ ସମୟରେ ଏପରି ରାସ୍ତାରୋକ ଆଦି ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଜିଲ୍ଲାର ଗୋଷାଣୀ ବ୍ଲକ ସାତମାଇଲ-ଉପଲଡା ଗ୍ରାମ ଛକ ଠାରେ ଗତକାଲି ସନ୍ଧ୍ୟା ୫ଘଣ୍ଟା ସମୟରେ ଜାତୀୟ ରାଜପଥ ୩୨୬-ଏକୁ କିଛି ଘଣ୍ଟା ପାଇଁ ଧାନ ବଝୋଇ ଟ୍ରାକ୍ଟର ରଖିଦେଇଥିଲେ । ଫଳରେ ଏହି ରାସ୍ତା ଦେଇ ଯାଉଥିବା ଯାତ୍ରୀମାନେ ଅଟକି ରହି ହନ୍ତସନ୍ତ ହୋଇଯାଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ତୁରନ୍ତ ଯୋଗାଣ ଅଧିକାରୀ ଶତ୍ରୁଘ୍ନ ଗିରି ପହଞ୍ଚି ବାଟ ଓଗାଳିଥିବା ଚାଷୀମାନଙ୍କୁ ବହୁ ବୁଝା ସୁଝା କରିବା ସହ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକରୁ ହଟିଥିଲେ । ଏହି ଚାଷୀମାନେ ଜଣାଇଛନ୍ତି ଯେ, ଭିଭାଗ ପକ୍ଷରୁ ଟୋକେନ୍ ନମ୍ବର ଓ କେଉଁ ଧାର୍ଯ୍ୟ ତାରିଖରେ ମିଲରଙ୍କୁ ଧାନ ଦିଆଯିବ ଆଦି ସମ୍ପର୍କରେ ସମସ୍ତ ତଥ୍ୟ ପ୍ରଦାନ କରାଯାଉଛି । ହେଲେ ମିଲରମାନଙ୍କ ଖାମଖିଆଲି ଢଙ୍ଗ ଦେଖାଇ ଧାର୍ଯର୍୍ୟ ତାରିଖରେ ଧାନ ନେଉ ନାହାନ୍ତି । ଫଳରେ ଧାନ ଗୁଡିକ ଟ୍ରାକ୍ଟରରେ ବୋହି ଆଣିବା ଏବଂ ନେବା ଅଯଥା ଖର୍ଚ୍ଚାନ୍ତ ସହ ବହୁ ସମୟ ନଷ୍ଟ ହେଉଥିବାର କହିଛନ୍ତି । ସେହିପରି ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଚ୍ଛା ଗ୍ରାମରେ ଥିବା ଜଣେ ଚାଷୀ କହିଛନ୍ତି ଯେ, ମୋତେ ଗତ ଜାନୁୟାରୀ ୨୨, ୨୦୨୨ତାରିଖରେ ଟୋକେନ୍ ଇସ୍ୟୁ ହୋଇଥିବାର ମୋବାଇଲ ଯୋଗେ ମେସେଜ ଆସିଥିଲା । ଧାନ ଗୁଡିକୁ କାଶୀନଗର ବ୍ଲକ ଅନ୍ତର୍ଗତ ପୋଲୁରୁ ଗ୍ରାମ ଠାରେ ଥିବା ମିଲରଙ୍କୁ ହସ୍ତାନ୍ତର କରିବା ପାଇଁ ଉଲ୍ଲେଖିତ ଥିଲା । ମିଲରଙ୍କୁ ହସ୍ତାନ୍ତର ପାଇଁ ହୋଇଥିବା ଧାର୍ଯ୍ୟ ତାରିଖରେ ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟ ଉକ୍ତ ମିଲର ଜଣକ ଧାନ ନେଇ ନାହିଁ । ତେବେ ଏଭଳି ପରିଚ୍ଛା ଗାଁର ଚାଷୀ ନୁହଁନ୍ତି ଏମିତି ହଜାର ହଜାର ଚାଷୀ ଏଭଳି ଦଶା ଭୋଗୁଛନ୍ତି । ଅନ୍ୟପକ୍ଷରେ ପ୍ରଶାସନ ଏସମ୍ପର୍କିତ ବିଭିନ୍ନ ବୈଠକମାନ କରି ମିଲର ତଥା ମଣ୍ଡିକୁ କିପରି ସୁବିଧାରେ ଧାନ ଯାଇପାରିବ ସେ ନେଇ ଆଲୋଚନା କରି ନିର୍ଦ୍ଦେଶନାମା ଜାରି କରୁଥିଲେ ମଧ୍ୟ ପ୍ରଶାସନିକ ନିର୍ଦ୍ଦେଶାବଳୀକୁ ମିଲରମାନେ ଫୁ କରୁଥିବାର ମଧ୍ୟ ଅଭିଯୋଗ କରିଛନ୍ତି ଚାଷୀକୂଳ । ଯଦି ଅଳ୍ପ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ନ ହୁଏ ତେବେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବୁ ବୋଲି ଏମାନେ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ