ଚାଷୀଙ୍କ ସମସ୍ୟା ନେଇ ଜିଲ୍ଲାଯୋଗାଣଅଧିକାରୀଙ୍କୁ ଭେଟିଲେ ସିପିଆଇ ଛତ୍ରପୁର ବିଧାନସଭା ପ୍ରାର୍ଥୀ
ଛତ୍ରପୁର : ମଣ୍ଡିରେ ଧାନ ବିକ୍ରି କରିଥିବା ଚାଷୀ ମାନଙ୍କ ଟଙ୍କା ଏପର୍ଯ୍ୟନ୍ତ ମିଳିନଥିବାରୁ ଆଜି ସିପିଆଇ ପାର୍ଟି ରାଜ୍ୟ ଯୁବ ସଂଘର ସଂପାଦକ ତଥା ଛତ୍ରପୁର ବିଧାନସଭା ପ୍ରାର୍ଥୀ ପ୍ରଦୀପ କୁମାର ସେଠୀ ନେତୃତ୍ୱରେ ଗଂଜାମ ବ୍ଲକ ର ଖଣ୍ଡଦେଉଳି ଓ ହୁମ୍ମା ପଂଚାୟତ ଶତାଧିକ ଚାଷୀ ମାନେ ଆଜି ଜିଲ୍ଲା ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରସାଦ ସୁପକାରଙ୍କୁ ଭେଟି ଚାଷୀ ମାନଙ୍କ ଟଙ୍କା ତୁରନ୍ତ ପ୍ରଦାନ କରିବା ନିମନ୍ତେ ଦାବୀ କରିଥିଲେ । ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ସୁପକାର ଯେଉଁ ଚାଷୀ ମାନଙ୍କ ଟଙ୍କା ମିଳିନାହିଁ ତାହା ଖୁବ୍ ଶୀଘ୍ର ଅନୁସନ୍ଧାନ କରି ପ୍ରଦାନ କରାଯିବ ବୋଲି କହିଥିଲେ । ଏଥିରେ ସିପିଆଇ ପାର୍ଟିର ଜିଲ୍ଲା ସହ-ସଂପାଦକ ନୀଳକଣ୍ଠ ଦାଶ, ଶରତ ପଟ୍ଟନାୟକ, ଏସ୍.ତ୍ରିନାଥ ରେଡ୍ଡୀଙ୍କ ସମେତ ବହୁ ଚାଷୀ ନେତା ମାନେ ଉପସ୍ଥିତ ଥିଲେ ।


