ଚାଷୀ ଓ ମିଲରଙ୍କ ମଧ୍ୟରେ ବୁଝାମଣା ଭିତ୍ତିରେ ଧାନ ସଂଗ୍ରହ ହେବ:ଜିଲ୍ଲା କୃଷକମୋର୍ଚା ସଭାପତି
କରଞ୍ଜିଆ,(ଜିତେନ୍ଦ୍ର ରାଜ):ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ମୟୁରଭଞ୍ଜ ଜିଲ୍ଲାରେ ଆଜିଠାରୁ ଧାନ ସଂଗ୍ରହ ଆଜିଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ମଣ୍ଡି ଉଦଘାଟନ କାର୍ଯ୍ୟକ୍ରମ ରେ ଯୋଗଦେଇଥିବା ଜିଲ୍ଲା କୃଷକ ମୋର୍ଚା ସଭାପତି ତଥା ରାଜ୍ୟସରକାର ଙ୍କ ଜିଲ୍ଲା ଧାନ ସଂଗ୍ରହ କମିଟି ର ମନୋନୀତ ସଦସ୍ୟ ମଦନ ମୋହନ ମହାନ୍ତ ଙ୍କୁ ରାଜ୍ୟସରକାର ଙ୍କ ଘୋଷଣା କିଭଳି କାର୍ଯ୍ୟକାରୀ ହେବ ପ୍ରଶ୍ନ ର ଉତ୍ତରରେ ପ୍ରଶାସନ ଚାଷୀଙ୍କୁ ସଚେତନ କରିଛି ଚାଷୀ ମଧ୍ୟ ସଚେତନ ଅଛନ୍ତି ବୋଲି ପ୍ରତିକ୍ରିୟା ଦେବା ସହିତ ଧାନ ଦେଖି ଚାଷୀ ଓ ମିଲର ଙ୍କ ମଧ୍ୟରେ ବୁଝାମଣା ଭିତ୍ତିରେ ଧାନ ସଂଗ୍ରହ ହେବ ବୋଲି ମନ୍ତବ୍ୟ ଦେଇ ପୂର୍ବରୁ ଏନେଇ ଯୁଗାବ୍ଧ ରେ ପ୍ରକାଶିତ ହୋଇଥିବା ଖବର କୁ ସେ ବୁଲାଇ ବଙ୍କାଇ ସ୍ୱୀକାର କରିଛନ୍ତି।ଯଦି ବୁଝାମଣା ଭିତ୍ତିରେ ମଣ୍ଡି ମାନଙ୍କ ରେ ଧାନ ସଂଗ୍ରହ ହେବ ରାଜ୍ୟସରକାର ଓ ବିଜେପି ର କଟନୀ ଛଟନୀ ବନ୍ଦ ଘୋଷଣା କଣ ଧୂଆଁ ବାଣ କି ?
କୃଷକ ମୋର୍ଚା ଜିଲ୍ଲା ସଭାପତି ଙ୍କ ଏହି ବୟାନ ପରେ ଚିନ୍ତାରେ ଚାଷୀ କୁଳ ।
କିଛି ଚାଷୀ କୃଷକ ମୋର୍ଚା ଜିଲ୍ଲା ସଭାପତି କାହାସହିତ ବୁଝାମଣା କରିଛନ୍ତି କି ଯେ ଚାଷୀ ବୁଝାମଣା କରି ଧାନ ବିକ୍ରୟ କରିବ ବୋଲି ପ୍ରଶ୍ନ କରୁଛନ୍ତି ।
କହୁ କହୁ ସେ ଭୁଲରେ ବୁଝାମଣାଭିତ୍ତିରେ ଧାନ ସଂଗ୍ରହ ହେବ କହି ସେ ଓ ତାଙ୍କ ସଂଗଠନ ଚାଷୀଙ୍କ ପାଇଁ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଥିବା ସୂଚାଇ ଦେଇଛନ୍ତି ।
ଆଜି କରଞ୍ଜିଆ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପ୍ରାଙ୍ଗଣରେ ଉପଖଣ୍ଡସ୍ତରୀୟ ଧାନସଂଗ୍ରହ ବା ମଣ୍ଡି ଉଦଘାଟିତ ହୋଇଯାଇଛି ।
ନିୟନ୍ତ୍ରିତ ବଜାର କମିଟି ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ରୂପେ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ, ସମ୍ମାନିତ ଅତିଥି ରୂପେ କରଞ୍ଜିଆ ବ୍ଲକ ଅଧ୍ୟକ୍ଷା ସୁଭଦ୍ରାମାରାଣ୍ଡି, କରଞ୍ଜିଆ ଏନଏସି ଅଧ୍ୟକ୍ଷା ପପି, ପୃଷ୍ଟି, ରାଜ୍ୟ ସମବାୟ ବୋର୍ଡ ସଦସ୍ୟ ଗିରିଧାରୀ ପୃଷ୍ଟି,ନିୟନ୍ତ୍ରିତ ବଜାର କମିଟି ଉପସଭାପତି ରୋହିତ କୁମାର ପୃଷ୍ଟି,କେନ୍ଦୁଝରସାଂସଦ ଙ୍କ ପ୍ରତିନିଧି ଆଶିଷ କୁମାର ମହାନ୍ତ,ଜିଲ୍ଲା ଧାନସଂଗ୍ରହ କମିଟି ସଦସ୍ୟ ତଥା ଜିଲ୍ଲା ବିଜେପି କୃଷକ ମୋର୍ଚା ସଭାପତି ମଦନ ମୋହନ ମହାନ୍ତ,କରଞ୍ଜିଆ ତହସିଲଦାର ବିଦ୍ୟାଧର ପତି,ଅତିରିକ୍ତ ସମବାୟ ନିବନ୍ଧକ ବସନ୍ତ କୁମାର ନାଏକ, ଉପଖଣ୍ଡ ଯୋଗାଣ ଅଧିକାରୀ ହିମାଂଶୁ ଶେଖର ଦତ୍ତ, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଜୟଦ୍ରଥ ମହାନ୍ତ, କରଞ୍ଜିଆ ଲ୍ୟାମ୍ପସ ଏମଡି ପ୍ରଦୀପ ଗିରି, କରଞ୍ଜିଆ ଲ୍ୟାମ୍ପସ ସଭାପତି ଗିରିଶ ଚନ୍ଦ୍ର ନାଏକ, ଶତାଧିକଚାଷୀ ଙ୍କ ଉପସ୍ଥିତି ରେ ଉଦଘାଟନ ହୋଇଥିଲା ।
ସଭାକାର୍ଯ୍ୟ ଶେଷ ରେ କରଞ୍ଜିଆ ବ୍ଲକ ଅଧ୍ୟକ୍ଷା, କରଞ୍ଜିଆ ଏନଏସି ଅଧ୍ୟକ୍ଷା, ଉପଜିଲ୍ଲାପାଳ ନଡ଼ିଆ ଫଟାଇ ଫିତା କାଟି ମଣ୍ଡି ଉଦଘାଟନ କରିଥିଲେ, ମଣ୍ଡି ଖୋଲିବାର ପ୍ରଥମ ଦିନରେ କରଞ୍ଜିଆ ମଣ୍ଡି ରେ ୪ ଜଣ ଚାଷୀ ତାଙ୍କ ଧାନ ବିକ୍ରୟ କରିଥିବା କରଞ୍ଜିଆ ଲ୍ୟାମ୍ପସ ର ପରିଚାଳନା ନିର୍ଦେଶକ ପ୍ରଦୀପ ଗିରି ସୂଚନା ଦେଇଛନ୍ତି ।