ଚାଷୀ ଙ୍କ ଠାରୁ ଏକଲକ୍ଷ ଟଙ୍କାଲୁଟ 

ନିମାପଡା, (ସନ୍ତୋଷ ଦାଶ) :-ନିମାପଡ଼ା ଥାନା ଅଧୀନସ୍ଥ କେଉଟସାଳଦା ଗ୍ରାମର ତରୁଣ କୁମାର ମହାନ୍ତି ନାମଙ୍କ ଚାଷୀ ତୁଳସୀପୁର ଷ୍ଟେଟ ବ୍ୟାଙ୍କ ଶାଖାରୁ ଏକ ଲକ୍ଷ ଟଙ୍କା ଉଠାଇ ଘରକୁ ସାଇକେଲ ଯୋଗେ ଫେରୁଥିଲେ । ଚାରିଛକ ବଜାରରେ ସାଇକେଲ ରେ ଟଙ୍କା ଥିବା ବ୍ୟାଗ କୁ ଟାଙ୍ଗି ପରିବା କିଣୁଥିବାବେଳେ କେହି ଦୁର୍ବୃତ୍ତ ସାଇକେଲ ରୁ ଟଙ୍କା ଥିବା ବ୍ୟାଗ କୁ ନେଇ ପଳାଇଯାଇଥିବା ନେଇ ତରୁଣ ଚାରିଛକ ଫାଣ୍ଡିରେ ଅଭିଯୋଗ କରିଛନ୍ତି । ଫାଣ୍ଡି ଅଧିକାରୀ ଶିଶିର ମହାନ୍ତି ଘଟଣା ର ତଦନ୍ତ କରୁଛନ୍ତି । ସି ସି ଟିଭି ଫୁଟେଜ ରେ କେହି ଜଣେ ବ୍ୟକ୍ତି ମୁଣ୍ଡରେ ହେଲମେଟ ପିନ୍ଧି ଉକ୍ତ ଲୋକର ପିଛା କରୁଥିବା ଦେଖାଯାଇଛି। ଏହି ବ୍ୟାଙ୍କ ରୁ ଟଙ୍କା ଉଠାଇ ନେବାବେଳେ ବହୁ ଲୋକଙ୍କର ଟଙ୍କା ବାଟରେ ଲୁଟ୍ ହେଉଥିବା ନେଇ ପୂର୍ବରୁ ବହୁ ଅଭିଯୋଗ ହୋଇଛି । ବ୍ୟାଙ୍କ ନିକଟରେ ବହୁ ଦଲାଲ ଓ ଏଜେଣ୍ଟ ବୁଲୁଥିବା ନେଇ ଅଭିଯୋଗ ହେଉଛି । ଏଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ଲାଗି ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ