ଚାଷୀ ପେନ୍‌ସନ ପାଇଁ ଅକ୍ଟୋବର ୧୪ରୁ ଚାଷୀ ସତ୍ୟାଗ୍ରହ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଗୋଟିଏ ବର୍ଷ ଦିଲ୍ଲୀ ଆନ୍ଦୋଳନରେ ନବନିର୍ମାଣ କୃଷକ ସଂଗଠନର ତାକତ ଲଗାଇ ସଫଳତାରେ ଭାଗିଦାରୀ ହେବା ପରେ ଏବେ ତାର ପୁରୁଣା ମୁଦାକୁ ନେଇ ଫେରିଛି । ଚାଷୀମାନଙ୍କ ପାଇଁ ୫ ହଜାର ଲେଖାଏଁ ପେନସନ ନେଇ ୨୧ ହଜାର ୬୦୦ କୋଟି ବଜେଟରେ ବ୍ୟବସ୍ଥା ନକଲେ ସାରା ଓଡ଼ିଶାରେ ଅଚଳ ପରିସ୍ଥିତି ସୃଷ୍ଟି କରାଯିବ ବୋଲି ଧମକ ଦେଇଛନ୍ତି ନବନିର୍ମାଣ କୃଷକ ସଂଗଠନର କେନ୍ଦ୍ରୀୟ ସଂଯୋଜକ ଅକ୍ଷୟ କୁମାର । କୁମାର ସାମ୍ବାଦିକ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଲେ ଯେ, ରାଜ୍ୟ ସରକାର ମନଇଚ୍ଛା ବଜେଟକୁ ଅଣ ଉତ୍ପାଦନ ଭିତ୍ତିକ ପ୍ରକଳ୍ପରେ ଖର୍ଚ୍ଚ କରୁଛନ୍ତି । ଗୋଷ୍ଠୀଖଳା, ମଶାଣି, ଗାଧୁଆଘର, କଲ୍ୟାଣ ମଣ୍ଡପ ଅଯଥା ରାସ୍ତାଘାଟରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ଅଥଚ ଚାଷୀମାନଙ୍କ ରୋଜଗାର ଗ୍ୟାରେଣ୍ଟି ପାଇଁ ଓ ଚାଷୀ ଆତ୍ମହତ୍ୟାର ସ୍ଥାୟୀ ସମାଧାନ ପାଇଁ ଚାଷୀ ପେନସନ ୫ ହଜାର ଲେଖାଏଁ ଲାଗୁ କରିନାହାଁନ୍ତି । ସରକାରଙ୍କ ବଜେଟର ଆକାର ପ୍ରତିବର୍ଷ ବଢିବା ସତ୍ତ୍ୱେ କୃଷି କ୍ଷେତ୍ରରେ ସୁଧାର ଉଦ୍ୟମ କରୁନାହାଁନ୍ତି । ବିଲାତି ମିଶନ, ଆଳୁ ମିଶନ, ନୀଳ ବିପ୍ଲବ, ଶ୍ୱେତ ବିପ୍ଲବ ନାମରେ ଯେତେ ସୁନ୍ଦର ଯୋଜନା ସରକାର କରୁଛନ୍ତି, ସେସବୁର କିଛି ବି ଫଳପ୍ରଦ ପ୍ରଭାବ ନାହିଁ । ଅନ୍ୟ ଚାଷରେ ସରକାର ୨୦ ବର୍ଷ ଭିତରେ ଅଗ୍ରଗତି କରିବା ପାଇଁ ବାରମ୍ବାର କହି ହେଉଥିଲେ ହେଁ ବାସ୍ତବ କ୍ଷେତ୍ରରେ କୌଣସିି ଉଦ୍ୟମ ହେଉନାହିଁ । ବରଂ ଧାନର ଯେଉଁ ଏମ୍‌ଏସ୍‌ପି ଧାର୍ଯ୍ୟ ଦର ରହିଛି, ସେହି ରେଟ ମଣ୍ଡିରେ ଚାଷୀମାନେ ପାଉନାହାଁନ୍ତି । କାରଣ କେଉଁଠି କୁଇଣ୍ଟାଲ ପିଛା ୧୦ କେଜି ଓ ୧୨ କେଜି ମଧ୍ୟ କାଟ ହେଉଛି । ଟୋକନ, ଟାର୍ଗେଟ, ଟ୍ରକ ଏସବୁ ବାହାନାରେ ଚାଷୀର ଧାନ ଉଠୁନାହିଁ । ଭାଗଚାଷୀଙ୍କୁ ଆଜିପର୍ଯ୍ୟନ୍ତ ଚାଷୀଭାବେ ସ୍ୱୀକୃତି ନମିଳିବା ହେତୁ ନାଁ ସେମାନେ ଧାନ ବିକି ପାରୁଛନ୍ତି ନା ବ୍ୟାଙ୍କର ବାରଣ୍ଡା ମାଡ଼ି ପାରୁଛନ୍ତି । ଓଡ଼ିଶା ସରକାରଙ୍କ ଶାସନର ଢାଞ୍ଚା ଆଦୌ ବଢୁନାହିଁ । ସଂଖ୍ୟାଗରିଷ୍ଠ ଉତ୍ପାଦ ଗୋଷ୍ଠୀ କୃଷି କ୍ଷେତ୍ରରେ ଥିଲେ ହେଁ ସରକାର ସେମାନଙ୍କ ପାଇଁ ନିଷ୍କ୍ରିୟତା ଲଜ୍ଜାଜନକ । ୟୁକ୍ରେନ ଓ ଇସ୍ରାଏଲ ଭଳି ଦେଶ ଚାଷରେ ବହୁବାଟ ଆଗେଇଥିଲା ବେଳେ ଆମ ଦେଶ ଓ ରାଜ୍ୟରେ କୃଷି କ୍ଷେତ୍ରରେ ଆୟ ବଢୁନାହିଁ । ସରକାର ଯଦି ଓଡ଼ିଶାର ବିଭିନ୍ନ କ୍ଷେତ୍ରରୁ ଆୟ ବଢାଇବାକୁ ଚାହିଁବେ, ତେବେ କେବଳ କୃଷିକ୍ଷେତ୍ରରେ ମଧ୍ୟ ଚାଷୀ ପେନସନ ପାଇଁ ଅର୍ଥ ବାହାରି ପାରିବ । ବିଶ୍ୱବ୍ୟାଙ୍କ ରିପୋର୍ଟ ଅନୁସାରେ ଓଡ଼ିଶା ଓ ବିହାରରେ କୃଷିର ଅପାର ସମ୍ଭାବନା ରହିଛି । ହେଲେ ସରକାର ହାତଗୋଡ଼ ଯୋଡ଼ି ବସିଛନ୍ତି । କନ୍ଧମାଳ ହଳଦୀ ଠାରୁ ବଲାଙ୍ଗୀର ପିଆଜ, ଦେବଗଡ଼ର ଫଳ ଚାଷ, ନବରଙ୍ଗପୁରର କପାଚାଷୀ କେଉଁମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରାକର କିଛି ବି କରିନାହାଁନ୍ତି । ଆନ୍ତର୍ଜାତିକ ବଜାରରେ କେଉଁ ଖାଦ୍ୟ ପଦାର୍ଥର ଚାହିଦା ଅଛି ଓ ଆମେ ଏହକୁ ଉତ୍ପାଦନ କରି ଯୋଗାଣ କରିପାରିବୁ ଏ ଉଦ୍ୟମ ଆରମ୍ଭ ହେଉନି । ସାଧାରଣ ଲୋକଙ୍କର କେବଳ ବଞ୍ôଚବାକୁ ବିକାଶ କହିହେବ ନାହିଁ । ଚାଷୀ ଏବେ କେବଳ ବଞ୍ôଚରହିଛି । ତାର ଶିକ୍ଷା, ସ୍ୱାସ୍ଥ୍ୟ, ଆର୍ଥିକ ଆୟର ଗ୍ୟାରେଣ୍ଟି ନାହିଁ । ଏସବୁ କରିବା ପାଇଁ କେବେବି ଉଦ୍ୟମ କରିନାହାଁନ୍ତି । ଯଦି ଫ୍ରିଡମ୍ ତେଲ ଠାରୁ ଆରମ୍ଭ କରି ସବୁ ପଦାର୍ଥର ଦର ଦାମ୍ ବଢୁଛି, ତେବେ ଧାନ କୁଇଣ୍ଟାଲ ୫ ହଜାର ହେବନାହିଁ କାହିଁକି? ପଡ଼ିଶା ରଜ୍ୟ ଛତିଶଗଡ଼ ଧାନ ଉପରେ ବୋନସ ଦେଉଥିବା ବେଳେ ଆମ ସରକାର ପଛଘୁଞ୍ଚା କାହିଁକି ଦେଉଛନ୍ତି? ଜଳସେଚନ କ୍ଷେତ୍ରରେ ତେଲେଙ୍ଗାନା ରାଜ୍ୟ ଆଗରେ ଥିବାବେଳେ ଆମେ କେବଳ ପ୍ରଚାରରେ ଜଳସେଚନ କରୁଛୁ । ଏମିତିରେ ଚାଷୀର ଚାଷ ଉଧେଇବ କେମିତି? ରାଜ୍ୟ ସରକାର କାଳିଆ ଯୋଜନା ଅର୍ଥକୁ ୬୦ ଭାଗ କମାଇଦେବା ତାଙ୍କ ଚାଷୀବିରୋଧୀ ଚରିତ୍ରର ବଡ଼ ନମୂନା । ସେହିଭଳି କେନ୍ଦ୍ର ସରକାର ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣା ହେବ ବୋଲି କରିଥିବା ଘୋଷଣା ଏବେ ଧୂଆଁବାଣରେ ପରିଣତ ହୋଇଛି । ସବୁଠାରୁ ବଡ଼କଥା ହେଲା ଯେ, ଗୋଟିଏ ନିଷ୍କ୍ରିୟ ସମ୍ବେଦନହୀନ କୃଷି ବିରୋଧୀ ସରକାରଙ୍କୁ କୃଷି ମନଷ୍କ ଓ କ୍ରିୟାଶୀଳ କରିବା ପାଇଁ ଅଗାମାୀ ଅକ୍ଟୋବର ୧୪ରୁ ଚାଷୀ ସତ୍ୟାଗ୍ରହ ଆରମ୍ଭ ହେବ ବୋଲି ଶ୍ରୀ କୁମାର ଘୋଷଣା କରିଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହ ସଂଯୋଜକ ଉମାକାନ୍ତ ଭାରତ, ନିମାଇଁ ରାୟ, ରଶ୍ମିରଞ୍ଜନ ସ୍ୱାଇଁ ଓ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ