ଚାଷୀ ପ୍ରତିନିଧିଙ୍କୁ ବିଭାଗୀୟ ଅଧିକାରୀଙ୍କ ଦୃଢ଼େ।କ୍ତି

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌): ବହୁ ପ୍ରତୀକ୍ଷିତ ଘଟକେଶ୍ୱର ବହୁମୁଖୀ ଜଳସେଚନ ପ୍ରକଳ୍ପ ପ୍ରାୟ ୧୦୦ କେ ।ଟିରୁ ଊର୍ଦ୍ଧ୍ୱ ବ୍ୟୟରେ ଦେଢ଼ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେ।ଇ ଚାଷୀମାନେ ଉପକୃତ ହେବେ ବେ ।ଲି ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ. ଲଡ଼ୁ କିଶେ ।ର ସାବତ ଓ ଦାୟିତ୍ୱରେ ଥିବା ନିର୍ବାହୀ ଯନ୍ତ୍ରୀ ଦିଲ୍ଲୀପ କୁମାର ଦାସ ଏକ ଚାଷୀ ପ୍ରତିନିଧିଙ୍କୁ କହିଛନ୍ତି । ମିଳିତ ଚାଷୀ ସଂଗଠନ ପକ୍ଷରୁ ଦୀର୍ଘଦିନରୁ ପଡ଼ି ରହିଥିବା ଘଟକେଶ୍ୱର ପ୍ରକଳ୍ପକୁ ତୁରନ୍ତ କାଯର୍‌ୟକାରୀ କରିବା ଦାବିରେ ବିଭାଗୀୟ ଅଧିକାରୀଙ୍କୁ ସାକ୍ଷାତ କରିବା ପରେ ଜଳସେଚନ ବିଭାଗ ପକ୍ଷରୁ ଉପରେ ।କ୍ତ ସୂଚନା ଦିଅ ।ଯାଇଛି । ସୂଚନାଯେ ।ଗ୍ୟ ଯେ ଗତ ୧୯୮୬ ମସିହାରୁ ଏହି ପ୍ରକଳ୍ପ କାଯର୍‌ୟକାରୀ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ତାହା କାଯର୍‌ୟକାରୀ ହେ ।ଇନାହିଁ । ୧୯୮୬ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ସେତେବେଳେ ଏହି ପ୍ରକଳ୍ପ ପାଇଁ ୨୯ କେ ।ଟି ଟଙ୍କା ବ୍ୟୟବରାଦ ହେ ।ଇଥିଲା ଏବଂ ୩୦ ବର୍ଷ ପରେ ୨୦୧୬ ମସିହା ଜୁନ ୧୧ ତାରିଖରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁନଃ ଶିଳାନ୍ୟାସ କରିଥିଲେ । ୩୩ ବର୍ଷ ପରେ ଏହାର ବର୍ତ୍ତମାନ ଅଟକଳ ୪ ଗୁଣ ବଢ଼ି ୧୧୮ କେ ।ଟି ୯୫ ଲକ୍ଷ ଟଙ୍କାରେ ପହଞ୍ôଚଛି । ଏହି ଯେ ।ଜନା କାଯର୍‌ୟକାରୀ ହେଲେ ବ୍ରହ୍ମପୁର ମହାନଗରକୁ ପାନୀୟ ଜଳ ଯେ ।ଗାଣ ସହିତ କୁକୁଡ଼ାଖଣ୍ଡି ବ୍ଳକର ୮ଟି ପଞ୍ଚାୟତର ୫୦୦ ହେକ୍ଟର ଚାଷଜମିକୁ ଜଳସେଚନ ହେ ।ଇପାରିବ ବେ ।ଲି ପରିକଳ୍ପନା କରାଯାଇଥିଲା । କୁକୁଡ଼ାଖଣ୍ଡି ବ୍ଲକର ସିହଳା, କଙ୍କିଅ ।, ବାଘଲଟିର ୮ଟି ପଞ୍ଚାୟତ ସହ ୭୫ ହଜାର ଲେ ।କଙ୍କୁ ପାନୀୟ ଜଳ ଯେ ।ଗାଣ ହେ ।ଇପାରିବ ବେ ।ଲି ଲକ୍ଷ୍ୟ ରଖାଯାଇଥିଲା । ଏହି ଯେ ।ଜନାର ନିର୍ମାଣ କାଯର୍‌ୟ ଓଡ଼ିଶା ନିର୍ମାଣ ନିଗମ (ଓସିସି)କୁ ଟେଣ୍ଡର ଦିଅ ।ଯାଇଛି । ସମସ୍ତ କାଯର୍‌ୟ ଖୁବଶୀଘ୍ର ସମ୍ପୂର୍ଣ୍ଣ ହେବ ବେ ।ଲି ଉଭୟ ଇଞ୍ଜିନିୟର ଶ୍ରୀ ସାବତ ଓ ଶ୍ରୀ ଦାସ ଏହି ପ୍ରତିନିଧି ଦଳଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ପ୍ରତିନିଧି ଦଳରେ ଓଡ଼ିଶା ଚାଷୀ ସୁରକ୍ଷା ଅଭିଯାନର ଅ ।ବାହକ ରବି ରଥ, ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ, ଲଙ୍ଗଳେଶ୍ୱର କୃଷକ ସଭାର ସଭାପତି ବୃନ୍ଦାବନ ବେହେରା ପ୍ରମୁଖ ଚାଷୀ ନେତାମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ