ଚାଷୀ ସଙ୍ଗଠନର ବୈଠକ

ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଗୋଲାପଲ୍ଲି ଗ୍ରାମ ନିକଟରେ ସୁନ୍ଦରେଶ୍ୱର ପଲ୍ସ ଏବଂ ମିଲେଟ ପ୍ରଡୁସର  କମ୍ପାନି ଲିମିଟେଡ ର ସୁନ୍ଦରପୁର ଓ ଭିକାରୀପଲ୍ଲି ପଞ୍ଚାୟତର ଚାଷୀ ମାନଙ୍କ ନେଇ ଏକ ବୈଠକ  ବି.ଉଦୟ ନାଥ ପାତ୍ରଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚାଷୀ ମାନଙ୍କ  ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା।ଚାଷ ସମୟ ରେ ଚାଷୀ ସାର୍ ଓ ବିହନ ଅଭାବୀ ବିକ୍ରିର   ସମ୍ମୁଖୀନ ହେଉଛନ୍ତି।ଏହାକୁ ଦୃଷ୍ଟିରେ ରଖି ଏହି ସଙ୍ଗଠନ ପକ୍ଷରୁ ନିଜସ୍ବ ସଞ୍ଚିତ ପାଣ୍ଠି ୧୧ଲକ୍ଷ ଟଙ୍କାର ସାର୍ ଓ ବିହନ କ୍ରୟ କରି ସୁଲଭ ମୂଲ୍ୟରେ ଚାଷୀଙ୍କୁ ଯୋଗାଇବା ନିମନ୍ତେ ଆଜିର ବୈଠକ ରେ ନିଷ୍ପତି ହୋଇଛି । ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟ ରେ ସିମାଞ୍ଚଳ ପଣ୍ଡା, ପୂର୍ବତନ ସମିତି ସଭ୍ୟ ମଥୁରା ଚରଣ ସୁବୁଦ୍ଧି, ନୀଳକଣ୍ଠ ଦାଶ, ଦାମୋଦର ମହାରଣା,କେ.ବାୟା ପାତ୍ର,କେ. କରଞ୍ଜିଆ ପାତ୍ର, ମୁନା ପାତ୍ର, କଂଗ୍ରେସ ମଣ୍ଡଳ, ଦୁର୍ଗା ଚରଣ ମଣ୍ଡଳଙ୍କ ସମତେ ଶତାଧିକ ଚାଷୀ ମାନେ ଉପସ୍ଥିତି ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ