ଚାଷୀ ସଚେତନତା ପ୍ରଚାର ରଥର ଶୁଭାରମ୍ଭ
ପାରଳାଖେମୁଣ୍ଡି , (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ଜିଲ୍ଲାପାଳଙ୍କ କ।ର୍ଯ୍ୟ।ଳୟ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟନ୍ତ୍ରିତ ବଜାର କମିଟି ଦ୍ୱାରା ଧାନକ୍ରୟ ପାଇଁ ଚାଷୀ ସଚେତନତା ପ୍ରଚାର ରଥର ଶୁଭାରମ୍ଭ ହୋଇଛି । ଏହି ରଥ ମୁଖ୍ୟତଃ ଜିଲ୍ଲାର ବିଭିନ୍ନ ଧାନ ଚାଷ ହେଉଥିବା ଅଞ୍ଚଳ ଯଥା ଗୋଷାଣୀ , କାଶୀନଗର , ରାୟଗଡ, ଗୁମ୍ମା ଇତ୍ୟାଦି ଅଞ୍ଚଳରେ ପରିଭ୍ରମଣ କରି ଚାଷୀମାନଙ୍କୁ ମଣ୍ଡିରେ ଧାନ ପହଞ୍ଚାଇବା ପାଇଁ ସଚେତନତା କରିବ ବୋଲି ଜଣାପଡିଛି । ସେହିପରି ଆସନ୍ତା ଡିସେମ୍ବର ୧୨ ତାରିଖଠାରୁ ଧାନ କ୍ରୟ ଆରମ୍ଭ ହେବ ବୋଲି ନିୟନ୍ତ୍ରୀତ ବଜାର କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏପରି ସଚେତନତା ରଥ ବୁଲିବା ଦ୍ୱାରା ଚାଷୀମାନେ ସରକାରଙ୍କ ପାଖରେ ନିଜର ଅମଳ କରିଥିବା ଧାନକୁ ପହଞ୍ଚାଇ ଉଚିତ ମୁଲ୍ୟରେ ଧାନ ବିକ୍ରୟ କରିବା ସହିତ ସେମାନେ ଅସାଧୁ ବ୍ୟବସାୟୀ ଓ ଦଲାଲଙ୍କଠାରୁ ଦବରରେ ରହିପାରିବେ ବୋଲି କୁହାଯାଇଛି । ଏହି ସଚେତନତା ରଥରେ ଚାଷୀମାନଙ୍କ ପାଇଁ ବିଭିନ୍ନ ସଚେତନତା ରଥରେ ଚାଷୀମାନଙ୍କ ପାଇଁ ବିଭିନ୍ନ ସଚେତନତା ବାର୍ତ୍ତା ଲୋଖିଥିବା ପ୍ରଚାରପତ୍ର ଲଗାଯାଇଥିବାର ଦେଖିବାକୁ ମିଳିଛି । ଏହି କ।ର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ଡି. ଗଣପତି , ଏଆରସିଏସ ଟି.ଭି. ପ୍ରସାଦ ରାଓ , ଭାରାପ୍ରାପ୍ତ ଜିଲ୍ଲା ଯୋଗାଣ ଅଧିକାରୀ ମାନଓ ରଂଜନ ପାତ୍ର ପ୍ରମୁଖ କର୍ମଚାରୀ ଉପସ୍ଥିତ ଥିଲେ ।