ଚାଷ କଲାବେଳେ ସାପ କାମୁଡ଼ାରେ ଯୁବ ଚାଷୀଙ୍କ ମୃତ୍ୟୁ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ଥାନା, ବାଲିପଦର ଫାଣ୍ଡି ଅନ୍ତର୍ଗତ ବାଲିପଦର ଗ୍ରାମର ନୂଆଁ ସାହିର ସ୍ବର୍ଗତ ତ୍ରିନାଥ ପୋଲାଇଙ୍କ ୩୮ ବର୍ଷ ବୟସ୍କ ପୁଅ, ଯୁବ ଚାଷୀ ସନ୍ତୋଷ କୁମାର ପୋଲାଇ ସାପ କାମୁଡ଼ାରେ ମୃତ୍ୟୁବରଣ କରିଥିବା ଜଣାପଡିଛି। ଆଜି ଅର୍ଥାତ ସେପ୍ଟେମ୍ବର ୩ ତାରିଖ ଦିନ ସନ୍ତୋଷ ନିଜ କ୍ଷେତରେ ଚାଷ କରୁଥିବା ସମୟରେ ଏକ ବିଷଧର ସାପ କାମୁଡି ଦେଇଥିଲା। ସେ ପାଟିକରି ଡାକିବା ସହ କ୍ଷେତରେ ପଡି ଯାଇଥିଲେ। ନିକଟ ଜମିରେ ଚାଷ କରୁଥିବା ଚାଷୀମାନେ ସନ୍ତୋଷଙ୍କ ପରିବାରକୁ ଖବର ଦେଇ ସଙ୍ଗେ ସଙ୍ଗେ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ହେଲେ ଡାକ୍ତର ପରୀକ୍ଷା କରି ସନ୍ତୋଷ କୁମାର ପୋଲାଇଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ବାଲିପଦର ଫାଣ୍ଡି ପୋଲିସ ବୁଗୁଡା ମେଡ଼ିକାଲରେ ପହଞ୍ଚି ମରଶରୀରକୁ ଜବତ କରିଥିଲେ। ବୁଗୁଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ବାଲିପଦର ଓଆଇସି ସମୀର କୁମାର ବେହେରା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ