ଚାଷ କଲା ବେଳେ ଟ୍ରାକ୍ଟର ଓଲଟି ଚାଳକର ମୃତ୍ୟୁ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା କିରୀକୁଟି ପଞ୍ଚାୟତ ଆଦିବାସୀ ଗ୍ରାମ ନିକଟ ଲୁଦୁବାନ୍ଦା ଗ୍ରାମରେ ରବିବାର ଅପରାହ୍ଣରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିଲରେ ହଳ କରିବା ସମୟରେ ଟ୍ରାକ୍ଟର ଓଲଟି ପଡ଼ିବାରୁ ଡ୍ରାଇଭର ଚାପି ହୋଇଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଲୁଦୁବାନ୍ଦା ଗ୍ରାମର ଉଦ୍ଧବ ପ୍ରଧାନ (୪୫)। ଘଟଣା ସମ୍ପର୍କରେ ଖବରପାଇ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶକ ମାଝୀଙ୍କ ତତ୍ତ୍ୱାବାଧାନରେ ଏଏସ୍ଆଇ ଦିଗାମ୍ବର ମଲ୍ଲିକ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ। ଏନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ଶ୍ରୀ ମାଝୀ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ