ଚାଷ କାର୍ଯ୍ୟ ବେଳେ ଟ୍ରାକ୍ଟର ଓଲଟି ଚାଷୀ ମୃତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଞ୍ଜାମ ତାରସିଙ୍ଗ ଥାନା ନୂଆଁ ଟାଙ୍ଗଣ ଗାଁ ରେ ଚାଷ ଜମିରେ ନିଜ ଟ୍ରାକ୍ଟର ନେଇ ଧାନ ଚାଷ ପାଇଁ ଜମି କାଦ କରୁଥିବା ସମୟରେ କୌଣସି କାରଣରୁ ଟ୍ରାକ୍ଟର ଟି ଓଲଟି ଚାଳକ ତଥା ଗାଡି ମାଲିକ ଧୋବା ସାହୁ ଙ୍କ ମୃତ୍ୟୁ ଘଟିଛି। ଡ୍ରାଇଭର ଚାଷୀ ଜଣକ ଟ୍ରାକ୍ଟର ତଳେ ଚାପି ହୋଇଯାଇଥିଲେ । ଖବର ପାଇ ଭଞ୍ଜନଗର ଅଗ୍ନିଶମ ବିଭାଗ ପହଂଚି ହିଟାଚି ମେସିନ ସାହାଯ୍ୟରେ ଟ୍ରାକ୍ଟର କୁ ଉଠାଇ ଧୋବା ଙ୍କୁ ଉଦ୍ଧାର କରିଥିଲେ ହେଲେ ସେତେ ବେଳକୁ ଧୋବାଙ୍କ ପ୍ରାଣ ଚାଲି ଯାଇଥିଲା । ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ବର୍ଷା ନଥିବା କାରଣରୁ ଚାଷ କାର୍ଯ୍ୟ ହୋଇ ପାରିନଥିଲା ଜମିରେ ଜଳ ଶୁଖିଯିବ ଚିନ୍ତା କରି ରାତିରେ ତର ବରିଆ ଭାବେ ଚାଷ କାର୍ଯ୍ୟ କରୁଥିବା ବେଳେ ଏଭଳି ଘଟଣା ଘଟିଲା ବୋଲି ଆଲୋଚନା ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ