ଚାଷ ଜମିରୁ ଉଦବୃତ ଜଳ ନିଷ୍କାସନକୁ ନେଇ ସମସ୍ୟାରେ ବାହାବଳପୁର ଓ ଛାନୁଆ ପଂଚାୟତବାସୀ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ଅନ୍ତର୍ଗତ ବାହାବଳପୁର ଓ ଛାନୁଆ ପ୍ରଭୃତି ପଂଚାୟତ ବନ୍ୟା ପ୍ରବଣ ଅଂଚଳ ଭାବେ ପରିଚିତ । ଦୁଇ ପଂଚାୟତରେ କେବଳ ବନ୍ୟା ନୁହେଁ ବର୍ଷା ଦିନେ ମଧ୍ୟ ଚାଷ ଜମିରୁ ଉଦବୃତ ଜଳ ନିଷ୍କାସନ ହୋଇନପାରି ଚାଷ ନଷ୍ଟ ହେବା ଦୀର୍ଘ ଦିନର ସମସ୍ୟା ପାଲଟିଛି । ବାରମ୍ବାର ଦାବି ସତ୍ତ୍ୱେ ଜନସାଧାରଣଙ୍କ ଏହି ସମସ୍ୟାକୁ ସମାଧାନ ତ ଦୂର ର କଥା ଶୁଣିବାକୁ ମଧ୍ୟ କେହି ଗୁରୁତ୍ୱ ଦେଉନଥିଲେ । ତେବେ ଚାଷ ଜମିରୁ ଉଦବୃତ ଜଳ ନିଷ୍କାସନ ନେଇ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ପୂରଣ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ବିଧାୟକ ମାନସ କୁମାର ଦତ୍ତ । ବୁଧବାର ସକାଳେ ବାହାବଳପୁର ଓ ଛାନୁଆ ପଂଚାୟତ ଗସ୍ତ ଅବସରରେ ଶ୍ରୀ ଦତ୍ତ ସ୍ଥାନୀୟ ଲୋକଙ୍କ ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ । ଗତ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ସେଠାକାର ଜମିରେ ବ୍ୟାପକ ଚାଷ ନଷ୍ଟ ହୋଇଥିବା ସେ ହୃଦବୋଧ କରିଥିଲେ । ତେବେ ଏହାର ପ୍ରମୁଖ କାରଣ ଚାଷ ଜମିରୁ ଉଦବୃତ ଜଳ ନିଷ୍କାସନ ହୋଇନପାରିବାକୁ ଦୁଇ ପଂଚାୟତବାସୀ ଦର୍ଶାଇଥିଲେ । ସେହି କ୍ରମରେ ସେଠାରେ ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ବିଧାୟକ ଶ୍ରୀ ଦତ୍ତ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ଏହି ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଯୋଜନା ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ ପାଇଁ ସେ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ସମୟରେ ସ୍ଥାନୀୟ ପଂଚାୟତବାସୀ ବିଭିନ୍ନ ଦାବି ସମ୍ବଳିତ ସ୍ମାରକପତ୍ର ବିଧାୟକ ଶ୍ରୀ ଦତ୍ତଙ୍କୁ ପ୍ରଦାନ କରିଥିଲେ । ଜନସାଧାରଣଙ୍କ ପ୍ରତ୍ୟେକ ସମସ୍ୟା ସମାଧାନ ସହ ଦାବି ପୂରଣ ପାଇଁ ପଦକ୍ଷେପ ନିଆଯବି ବୋଲି ଶ୍ରୀ ଦତ୍ତ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ଗୌରାଙ୍ଗ ଦାସ, ଲୋକନାଥ ଭୂୟାଁ, ସରପଞ୍ଚ ରାମ ନାରାୟଣ ଦିବେଦି, ବିଜୟ ନାୟକ, ଭାଗ୍ୟଧର ଦାସ, ବିମଲ ସାହୁ, ରଶ୍ମିତା ମଣ୍ଡଳ, ସୁଶୀଲ ମଣ୍ଡଳ, ଶୁଭ୍ରାଂଶୁ ବାରିକ, ଶଶିକାନ୍ତ ବାରିକ, ଗଣେଶ ମାଇତି, ସୁବାଷ ବେହେରା, ଲକ୍ଷ୍ମୀଧର ମନ୍ତ୍ରୀ, ମହେଶ୍ବର ଦାସ, ପ୍ରଦୀପ ବେହେରା, ଗଣେଶ ପାଳ, ଅଲେଖ ସାହୁ, ରଞ୍ଜିତା ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ