ଚାଷ ଜମିରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧ ମୃତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଗଙ୍ଗାପୁର ଗ୍ରାମର ସଦାଶିବ ପାଢ଼ୀ (୬୧ )ବୃଦ୍ଧ ନିଜ ଆଖୁବାଡକୁ ଯାଇଥିବା ସମୟରେ ନିକଟରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ଜଣାପଡିଛି । ଏନେଇ ମୃତ ବୃଦ୍ଧଙ୍କ ପୁଅ ସନାତନ ପାଢ଼ୀ ସ୍ଥାନୀୟ ଥାନାରେ ଏକ ଏତଲା ଦେଇଛନ୍ତି । ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଗଙ୍ଗାପୁର ଗ୍ରାମର ବୃଦ୍ଧ ସଦାଶିବ ଆଖୁବାଡ଼ ଦେଖୁ ଥିବା ବେଳେ କୈାଣସି କାରଣରୁ ନିକଟରେ ଯାଇଥିବା ୧.୧ ପଏଣ୍ଟ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଅଚେତ ଅବସ୍ଥାରେ ପଡ଼ିଥିଲେ । ଖବରପାଇ ପୁଅ ସନାତନ ଘଟଣାସ୍ଥଳରେ ପହଞ୍ଚି ବାପାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗ୍ରାମବାସୀଙ୍କ ସହାୟତାରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ ମଧ୍ୟ ଉପସ୍ଥିତ ଡାକ୍ତର ବୃଦ୍ଧଙ୍କୁ ମୃତ ଘୋଷଣା କରିଥିଲେ । ଯାହାକୁ ନେଇ ପୁଅ ସନାତନ ପାଟପୁର ଥାନାରେ ପହଞ୍ଚି ବିଦ୍ୟୁତ ବିଭାଗର ମନୋମୁଖୀ କାର୍ଯ୍ଯ ଉପରେ ବିରୋଧ ଏବଂ ପରିବାରକୁ ନ୍ୟାୟ ଆଶାରେ ଥାନାରେ ଏକ ଏତଲା ଦେଇଛନ୍ତି । ଘଟଣାସ୍ଥଳରେ ପୋଲିସ ତଦନ୍ତ ଚଳାଇଥିବା ସୂଚନା ମିଳିଛି। ପାଟପୁର ପୋଲିସ ଦିଗପହଣ୍ଡି ମେଡ଼ିକାଲ ରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତ


