ଚାହା ଦୋକାନ ସିଲ୍ କଲା ପୈାର ପ୍ରଶାସନ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ମହାମାରୀ କରୋନା ଭୁତାଣୁ ସଂକ୍ରମଣ ସାରା ବିଶ୍ଵରେ କାୟା ବିସ୍ତାର କରିଛି । ଏହାକୁ ରୋକିବା ପାଇଁ ସରକାର ଆସନ୍ତା ମେ ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି । ୪ର୍ଥ ପର୍ଯ୍ୟାୟ ଲକଡାଉନରେ କଟକଣାକୁ କିଛି କୋହଳ କରାଯାଇଥିବାବେଳେ ସାମାଜିକ ଦୂରତ୍ବ ରକ୍ଷା କରିବା ସକାଶେ ଗୁରୁତ୍ବ ପ୍ରଦାନ କରାଯାଇଛି । ଏଭଳି ସମୟରେ ହିଞ୍ଜିଳିକାଟୁ ମେଡିକାଲ ଛକରେ ସୁଦର୍ଶନ ସ୍ବାଇଁ ନାମକ ଜଣେ ଯୁବକ ନିଜ ଚାହା ଦୋକାନ ଖୋଲି ଗ୍ରାହକଙ୍କ ଭିଡ଼ କରିଥିଲେ । ଦୋକାନ ସମ୍ମୁଖରେ ଗ୍ରାହକଙ୍କ ଭିଡ଼ ସହିତ ସାମାଜିକ ଦୂରତ୍ବ ରକ୍ଷା କରାଯାଇ ନଥିବା ନେଇ ସ୍ଥାନୀୟ ପୈାର ପ୍ରଶାସନ ନିକଟରେ ଖବର ପହଞ୍ଚିଥିଲା । ଖବର ପାଇ ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ ସଂପୃକ୍ତ ଚାହା ଦୋକାନ ରେ ପହଞ୍ଚି ଦୋକାନ କୁ ସିଲ୍ କରିଥିଲେ । ଘଟଣା ନେଇ ହିଞ୍ଜିଳି ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ସାହୁ ହିଞ୍ଜିଳି ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ୧୭୨/୨୦ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ