ଚା’ ଦୋକାନ ପାଲଟିଛି ଲେଖକଙ୍କ ଆଲୋଚନା ସ୍ଥଳି

ସାଧାରଣତଃ କୌଣସି ବହିକୁ ନେଇ ଚର୍ଚ୍ଚା ହେଉ ଅବା ଲେଖକଙ୍କ ସମ୍ମିଳନୀ ଏହିସବୁ ବହି ଦୋକାନରେ କି କୌଣସି ଅନୁଷ୍ଠାନ ବା ଅଡିଟୋରିୟମରେ ହୋଇଥାଏ । କିନ୍ତୁ କେବେ ଭାବିଛନ୍ତି କି ଗୋଟିଏ ଚା ଦୋକାନରେ ଲେଖକଙ୍କ ସମ୍ମିଳନୀ ହେବା ବା କୌଣସି ବହି ଉପରେ ଚର୍ଚ୍ଚା ହେବା କଥା । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କେରଳର ଏକ ଗାଁରେ ଥିବା ଚା ଦୋକାନରେ କିଛି ଲେଖକ ନିଜ ଚର୍ଚ୍ଚାର ଆଶ୍ରୟ ସ୍ଥଳି କରିଛନ୍ତି । ଏହି ଦୋକାନକୁ ୫୮ ବର୍ଷୀୟ ଶୁକୁର ନାମକ ଜଣେ ବ୍ୟକ୍ତି ଚଳାଉଥିବା ବେଳେ ଏହାର ନାମ ହେଉଛି “ବରାନ୍ଦା ଚାୟପେଡ଼ିକା’ ଅର୍ଥାତ୍ “ଦ ଟି ଶପ୍ ବରାନ୍ଦା ବୁକ୍ କ୍ଲବ’ । ଶୁକର ଲେଖିବା ଓ ପଢ଼ିବାର ସୌଖୀନ ଥିବାବେଳେ ସେ ନିଜେ “ବରାନ୍ଦା’ ନାମକ ଏକ ।ରାମାଣ୍ଟିକ ନୋଭେଲର ଲେଖକ ଅଟନ୍ତି । ତେଣୁ ସେ ସବୁ ମାସରେ ନିଜ ଚା ଦୋକାନରେ ଏଭିଳି ଏକ କାର୍ଯ୍ୟକ୍ରମ ଆୟୋଜନ କରିଥାନ୍ତି । ଏଥିରେ ତାମିଲ, ମଲୟାଲମ୍ ଓ କନ୍ନଡ ଭାଷାର ଲେଖକ ଓ ପାଠକମାନେ ଏକତ୍ରିତ ହୋଇ କୌଣସି ବହିର ଲେଖାକୁ ନେଇ ଚର୍ଚ୍ଚା, ତର୍କ-ବିତର୍କ ଓ ସମୀକ୍ଷା କରିଥାନ୍ତି । ୨ଘଣ୍ଟା ଧରି ଚାଲୁଥିବା ଏହି କାର୍ଯ୍ୟକ୍ରମକୁ ଶୁକୁର ୱାନ ମ୍ୟାନ ଆର୍ମି ଭାବେ ଆୟୋଜିତ କରିଥାନ୍ତି । ଏହି କାର୍ଯ୍ୟକ୍ରମ ବିଷୟରେ ପ୍ରଥମେ ସେ ଫେସ୍ବୁକ୍ ୟୁଜର୍ସଙ୍କୁ ସୂଚନା ଦେଇଥାନ୍ତି । ଆଉ କାର୍ଯ୍ୟକ୍ରମ ସମୟରେ ଲେଖକ ଓ ପାଠକମାନଙ୍କ ପାଇଁ ଶୁକୁର ଚା’ ବିସ୍କୁୁଟ ଓ ଚିପ୍ସର ବ୍ୟବସ୍ଥା ମଧ୍ୟ କରିଥାନ୍ତି । ଏହି ସମ୍ମିଳନୀରେ ପ୍ରାୟ ୭୦ ଜଣ ପାଠକ ଭାଗ ନେଉଥିବାବେଳେ ପୂର୍ବରୁ ପାଠକଙ୍କୁ ବହି ବିକ୍ରି କରାଯାଇଥାଏ । ଯେଉଁଥିରୁ ସେମାନେ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହୋଇପାରିବେ । ତେବେ ୪ବର୍ଷ ଧରି ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଥିବାବେଳେ ଏବେ ପର୍ଯ୍ୟନ୍ତ ୩୮ଟି ସମ୍ମିଳନୀ ହୋଇଥିବା ନେଇ ଶୁକୁର ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ