ଚା ବିକାଳିରୁ ପ୍ରଧାନମନ୍ତ୍ରୀ

ବିଶ୍ୱର ସର୍ବବୃହତ ଗଣତନ୍ତ୍ରରାଷ୍ଟ୍ର ଭାରତର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ବିଶ୍ୱର ସର୍ବାଧିକ ଜନପ୍ରିୟ ନେତା ନରେନ୍ଦ୍ର ମୋଦି । ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ପଦ ଗୋପନୀୟତା ଶପଥ ପାଠ କରାଇବେ ରଷ୍ଟ୍ରପତି ରାମନାଥ କୋବିନ୍ଦ । ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କୁ ମାଲ୍ୟାପ୍ରଣ କରିଥିଲେ । ଏବଂ ଏହା ସହିତ ବିଜେପି ର ପ୍ରତିଷ୍ଠାତା ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ତାଙ୍କ ସହିତ ଉପସ୍ଥିତ ଥିଲେ ବିଜେପିରୁ ନିର୍ବାଚିତ ହୋଇଥିବା ସାଂସଦ ମାନେ । ଏବଂ ଚୂଡାନ୍ତ ପର୍ଯ୍ୟାୟ ରେ ପହଁଚିଛି ଏହି ଶପଥ ଗ୍ରହଣ ଉତ୍ସବ କୁ ବିଭିନ୍ନ ଦେଶର ରଷ୍ଟ୍ରମୁଖ୍ୟ ମାନଙ୍କୁ ନିମନ୍ତ୍ରଣ କରାଯାଇଛି । ଏହା ସହିତ ବିମ୍ଷ୍ଟେକ ସଦସ୍ୟ ରାଷ୍ଟ୍ର ଗୁଡକର ମୁଖ୍ୟମାନେ ନୂଆଦିଲ୍ଲୀ ୍ରେ ପହଁଚିସାରିଲେନି । ଏଥି ସହିତ ବାଙ୍ଗଲାଦେଶ , ନେପାଳ , ଭୁଟାନ ,ଶ୍ରୀ ଲଙ୍କା , ମିୟାମାର , ଥାଇଲ୍ୟାଣ୍ଡ , ମାଲଦ୍ୱୀପ , କିରଗିଜସ୍ଥାନ , ରଷ୍ଟ୍ରମୁଖ୍ୟ ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ବିଜେପି ଶାସିତ ରାଜ୍ୟ ର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ତେଲେଙ୍ଗେନା ର ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ , ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ,ଉତ୍ସବ ରେ ଯୋଗଦେବାର ସୂଚନା ମିଳିଛି । ଏମାନଙ୍କ ସହିତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି , ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ସାମିଲ ହେବେ ବୋଲି ସହମତି ପ୍ରକାଶ କରିଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବକୁ ନବୀନ କୁ ଆମନ୍ତ୍ରଣ କରାଯାଇଥିଲେ ମଧ୍ୟ ସିଏ ଯୋଗ ଦେବେ ନାହିଁ ବୋଲି ସ୍ପଷ୍ଟ କରିସାର୍ିଛନ୍ତି । ପଶ୍ଟିମବଙ୍ଗ ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି କାର୍ଯ୍ୟକ୍ରମ ରେ ଯୋଗଦେବେ ନାହିଁ ବୋଲି ଆଗରୁ ଜଣାଇ ଦେଇଛନ୍ତି । ଶିଳ୍ପପତି ମାନଙ୍କ ମଧ୍ୟରେ ରିଲାଇନ୍ସ ଗ୍ରୁପର ଅଧ୍ୟକ୍ଷ ମୁକେଶ ଅମ୍ବାନୀ , ଆଦାନୀ ଗ୍ରୁପର ଚେୟାରମ୍ୟାନ ଗୈତମ ଆଦାନୀ , ଟାଟା ଗ୍ରୁପ ର ଅଧ୍ୟକ୍ଷ ରତନ ଟାଟା , ମାଇକ୍ରୋସଫ୍ଟ ର ପ୍ରତିଷ୍ଠାତା ବିଲଗେଟସ ଙ୍କ ସହ ଅନେକ ବିଦେଶୀ ଶିଳ୍ପପତି ଯୋଗଦେବା ପାଇଁ ଭାରତ ଆସୁଛନ୍ତି । ଏବଂ ଏଥିରେ କ୍ରିକେଟ ଷ୍ଟାର ସଚିନ ତେନ୍ଦୁଲକର ,ଜଭଗଲ ଶ୍ରୀନାଥ , ହରବଜନ ସିଂ. ଦୈ÷ାଡ ରାଣୀ ପିଟି ଉଷା , ବ୍ୟାଡମିଣ୍ଟନ ଖେଳାଳୀ ସାଇନା ନେହୱାଲ , ପୁଲେଲାଗୋପୀ ଚାନ୍ଦ , ସାମିଲ ହେବେ ବୋଲି ଜଣାପଡିଛି ।ତା ସହିତ ଫିଲ୍ମ ଜଗତ ର ତାମିଲ ସୁପର ଷ୍ଟାର ରଜନୀ କାନ୍ତ , କମଲ ହାସନ । କଙ୍ଗନା ରଣାବତ , ଶାହାରୁଖ ଖାନ ,ସଞ୍ଜୟଲୀଲା ଭନସାଲି ,କରନ ଜୋହର ଙ୍କ ଭଳି ନାମିଦାମି କଳାକାର ଯୋଗଦେବା ପାଇଁ ନିମନ୍ତ୍ରଣ ପତ୍ର ପଠା ସରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ