ଚିକତ୍ସାଳୟରୁ  ଜଣେ ଦଲାଲକୁ ଗିରଫ କଲା ପୁଲିସ

ଛତ୍ରପୁର,( ଯୁଗାବ୍ଦ ନ୍ୟୁଜ୍) :   ଜନସାଧାରଣ ହେଉଛନ୍ତି ଡାକ୍ତରଖାନର ପ୍ରକୃତ ମାଲିକ । ସେମାନଙ୍କୁ  ସ୍ୱାସ୍ଥ୍ୟସେବା ଯୋଗାଇଦେବା ଡାକ୍ତରଙ୍କ ଦାୟିତ୍ୱ । ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର  ସବୁ ଜିଲ୍ଲାର ଜିଲ୍ଲାପାଳ, ଏସପି  ମୁଖ୍ୟଚିକିତ୍ସା ଅଧିକାରୀ ଓ ଅନ୍ୟ ଡାକ୍ତରମାନଙ୍କ ସହିତ  ଭିଡିଓ କନଫରେନ୍ସିଂ  ଜରିଆରରେ ଆଲୋଚନା କରି ମୋ ସରକାର କାର୍ଯ୍ୟକ୍ରମ ସଂପର୍କରେ ପରାମର୍ଶ ଦେଇଥିଲେ  । ଆସନ୍ତା ୧୫ଦିନ ମଧ୍ୟରେ ସମସ୍ତ  ହସ୍ପିଟାଲକୁ ଦଲାଲ ମୁକ୍ତ କରିବାକୁ ମଧ୍ୟ ସମସ୍ତ ଜିଲ୍ଲାପାଳ ଓ ଏସପି ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ  ସମସ୍ତ ଜିଲ୍ଲାରେ ଏସପିଙ୍କ ନେତୃତ୍ୱରେ  ଦଲାଲ ମାନଙ୍କ ଧରିବା ନିମନ୍ତେ ଟିମ ଗଠନ କରାଯାଇଛି ।ଆଜି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ତଥା ଗଂଜାମ ଜିଲ୍ଲାର ସଦରକୁମା ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟରେ ଛତ୍ରପୁର ପୁଲିସ ପକ୍ଷରୁ ଅଚାନକ ଚଢଉ କରାଯାଇ  ଜଣେ ଦଲାଲଙ୍କୁ ଗିରଫ  କରି ୨୩୫/୨୦୧୯ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲଣ କରାଯାଇଛି ।   ଦଲାଲ ଜଣକ ଦୀର୍ଘ ଦିନଧରି  ଚିକିତ୍ସାଳୟରେ ଦଲାଲ କାର୍ଯ୍ୟରେ ଲିପ୍ତ ରହିଥିବା ଛତ୍ରପୁର ପୁଲିସ କୁ ସୁରାକ ମିଳିଥିଲ।।  ଏନେଇ ଆଜି  ଗଂଜାମ ଏସପିଙ୍କ ନିର୍ଦ୍ଦେଶକ୍ରମେ ଚଡାଉ କରି ଛତ୍ରପୁର ପୁଲିସ ପକ୍ଷରୁ ଉକ୍ତ ଦଲାଲକୁ ଗିରଫ କରାଯାଇଥିବା ଜଣାପଡିଛି ।ପ୍ରକାଶ ଥାଉକି ଯେ ଦୀର୍ଘ ଦିନ ଧରି  କିଛି  ଦଲାଲ ମାନେ ସକ୍ରୀୟ ରହି ରୋଗୀଙ୍କ ସମ୍ପର୍କୀୟ ମାନଙ୍କୁ ସାହାର୍ଯ୍ୟ କରିବା ନାମରେ ଠକେଇ କରି ତାଙ୍କ ଅସହାୟତାର ଫାଇଦା ନେଇ ଟଙ୍କା ଆଦାୟ କରୁଥିବା  ଜଣାପଡୁଛି । ଏହାସହ ଏହି ଦଲାଲ ମାନେ ଚିକିତ୍ସାଳୟର କିଛି ଡାକ୍ତର ଓ କର୍ମଚାରୀ ମାନଙ୍କୁ ହାତର କରି ଏହି ଦଲାଲଗିରୀ ଚଳାଇ ଆସୁଛନ୍ତି । ଡୁପିଲିକେଟ ମେଡିସିନ୍  ଠାରୁ ଆରମ୍ଭ କରି  ବିଭିନ୍ନ ସାମ୍ରାଜ୍ୟ ବିସ୍ତାର କରି ମୋଟା ଆଙ୍କାରରେ ଅର୍ଥ ଆଦାୟ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ