ଚିକଲଖଣ୍ଡି ପଂଚାୟତରେ ସମିତିସଭ୍ୟାଙ୍କୁ ଅଣଦେଖା

ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ବ୍ଲକ ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମ ପଂଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନେଇ କେତେ ଜଣ ବ୍ୟକ୍ତି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । ଏହା ସହିତ ଖୋଦ୍ ଶାସକ ଦଳର ସମର୍ଥିତ ସମିତିସଭ୍ୟାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି । ଏନେଇ ଶୁକ୍ରବାର ପଂଚାୟତର ସମିତିସଭ୍ୟା ସ୍ୱାଗତିକା ପ୍ରଧାନଙ୍କ ନେତୃତ୍ୱରେ ପଂଚାୟତର ଶତାଧିକ ଜବ କାର୍ଡ ହୋଲ୍ଡରଙ୍କ ସମେତ ବହୁ ଜନସାଧାରଣ ଛତ୍ରପୁର ବିଡିଓଙ୍କୁ ଭେଟି ଏକ ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ । ଏହା ସହିତ ଏହାର ଏକକିତା ନକଲ ଗଞ୍ଜାମ ଜିଲ୍ଲାପାଳ, ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ ପଂଚାୟତରାଜ ବିଭାଗର ସଚିବଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ପଂଚାୟତର ସମିତିସଭ୍ୟାଙ୍କ ବିନା ଅନୁମତିରେ ବିଭିନ୍ନ କାର୍ଯ୍ୟ କରାଯାଉଛି । ଏହା ସହିତ ସମିତିସଭ୍ୟାଙ୍କ ଅନୁମତିରେ କିଛି ପ୍ରକଳ୍ପ ନିମନ୍ତେ ପୂର୍ବରୁ ମାଷ୍ଟର ରୁଲ୍ ପାଇଁ ଆବେଦନ କରିଥିଲେ ମଧ୍ୟ ଜେଇ ଓ ଜିଆରଏସ ମାନେ କିଛି ରାଜନୈତିକ ଚାପରେ ବସବର୍ତ୍ତୀ ହୋଇ କରୁନଥିବା ବେଳେ ପଂଚାୟତର ଅନ୍ୟ ଜନ ପ୍ରତିନିଧିଙ୍କ ସମର୍ଥନ ମାନଙ୍କ ମାଷ୍ଟର ରୁଲ ତୁରନ୍ତ କାଡିଦେଉଛନ୍ତି । ଯାହା ଫଳରେ ପଂଚାୟତରେ ବିଶୃଙ୍ଖଳା ସୃଷ୍ଟି ହେଉଛି । ସମିତିସଭ୍ୟା ନିଜେ ଏନେଇ ପୂର୍ବରୁ ବିଭାଗୀୟ ଜେଇ ଓ ଜିଆରଏସଙ୍କୁ ଅବଗତ କରାଇଥିଲେ ମଧ୍ୟ କାହା ଚାପରେ ଉକ୍ତ ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନଚେତ୍ ଆଗାମୀ ଦିନରେ ପଂଚାୟତରେ କିଛି ଖଳ ପ୍ରକୃତିର ଲୋକ ମାନେ ଏହି କାର୍ଯ୍ୟରେ ନିୟୋଜିତ ହୋଇ ପଂଚାୟତରେ ବିଶୃଙ୍ଖଳା ସୃଷ୍ଟି କରିବାର ସମ୍ଭାବନା ରହିଛି ବୋଲି ମଧ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ଆଜି ବହୁ ବ୍ୟକ୍ତି ମାନେ ବିଡିଓ ସାରଦା ପ୍ରସନ୍ନ ପଣ୍ଡା ଓ ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ଭେଟି ଏ ସମ୍ପର୍କରେ ଅବଗତ କରାଇଛନ୍ତି । ଚିକଲଖଣ୍ଡି ପଂଚାୟତରେ ରାଜନୈତିକ ଉଦ୍ଦେଶ୍ୟ ନେଇ ଏଭଳି କାର୍ଯ୍ୟ କରାଯାଉଛି ବୋଲି ଖୋଦ୍ ସମିତିସଭ୍ୟା ଶ୍ରୀମତି ପ୍ରଧାନ ଅଭିଯୋଗ କରିଛନ୍ତି । ଏଣୁ ପଂଚାୟତରେ ଶାନ୍ତି ବାତାବରଣ ସୃଷ୍ଟି କରିବା ସହିତ ସମସ୍ତ ବିକାଶ ମୂଳକ କାର୍ଯ୍ୟ ସଠିକ୍ ଭାବେ କରିବା ନିମନ୍ତେ ସେମାନେ ଦାବି କରିଥିଲେ । ଏହି ଦାବିପତ୍ର ପ୍ରଦାନ ବେଳେ ଯୁବନେତା ଅଭିରାମ ପ୍ରଧାନ, ପୂର୍ବତନ ସରପଂଚ ଡି. ରାମସ୍ୱାମୀ ରେଡ୍ଡୀ, ସନ୍ତୋଷ କୁମାର ବେହେରା, ଟିକିନା ଗୌଡ, ଶିବ ବେହେରା, ଏସ୍‌. କାନ୍ତାୟା ରେଡ୍ଡୀ, ଶ୍ରୀନିବାସ ରେଡ୍ଡୀ, ପ୍ରଶାନ୍ତ କୁମାର ପଣ୍ଡା, ବୁଲୁ ରାଉଳ ଓ ଡି. ହରେରାମ ରେଡ୍ଡୀ ସମେତ ବହୁ ଜବକାର୍ଡ ହୋଲ୍ଡର ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ