ଚିକଲଖଣ୍ଡି ପଂଚାୟତରେ ସାଂସଦ ଓ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଉଦଘାଟନ

ଛତ୍ରପୁର, (ଦେବଦତ୍ତ ମହାରଣା) : ଚିକଲଖଣ୍ଡି ପଂଚାୟତର ବହୁ ପ୍ରକଳ୍ପ ଗୁଡିକୁ ଶୁକ୍ରୁବାର ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଓ ରାଜ୍ୟ କୃଷି ବିପଣ ନିଗମର ଉପଦେଷ୍ଟା ରାମ ଚନ୍ଦ୍ର ପଣ୍ଡା ଶୁଭ ଉଦଘାଟନ କରିଛନ୍ତି । ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡ୍ଡିଙ୍କ ନିଜ ଚିକଲଖଣ୍ଡି ପଂଚାୟତ ର ବାଲିବଗଡ ଗ୍ରାମରେ ସଭା ମଣ୍ଡପ, ଦାମିୟାନ ନଗରରେ ଅଙ୍ଗନବାଡି କେନ୍ଦ୍ର, ଶାନ୍ତି ନଗର ପ୍ରଧାନ ସାହିରେ କୋଠ ଘର, ବାସନାପଲ୍ଲୀ ଗ୍ରାମର ତ୍ରିନାଥ ମନ୍ଦିର ର ରୋଷେଇ ଘର, ପୁରୁଣାପାଟଣା ଗ୍ରାମରେ ରାଉଳ କୁଳର କୋଠଘର, ଚିକଲଖଣ୍ଡି ଠାରେ ପଂଚାୟତ ସ୍ତରୀୟ ମହିଳା ସଂଘ କାର୍ଯ୍ୟାଳୟ, ସୁଚନା କେନ୍ଦ୍ର, ସଭା ମଣ୍ଡପ (ରାଉଳ ସାହି), ହାଇସ୍କୁଲ ବିଲଡିଙ୍ଗ ଓ ସ୍ମାର୍ଟ କ୍ଲାସ, ଝରପୋଖରି ଗ୍ରାମରେ ସଭା ମଣ୍ଡପ, ସାହେବଜେନାପଲ୍ଲୀ ଗ୍ରାମରେ ରୋଷେଇ ଘର ଓ ସଭା ମଣ୍ଡପ ପ୍ରକଳ୍ପ ଗୁଡିକୁ ଉଭୟ ସାଂସଦ ସାହୁ, ବିଧାୟକ ବେହେରା ଓ ରାଜ୍ୟ କୃଷି ବିପଣ ନିଗମର ଉପଦେଷ୍ଟା ପଣ୍ଡା ଉଦଘାଟନ କରିଛନ୍ତି । ସେହିପରି ଚିକଲଖଣ୍ଡି ଓ ସାହେବଜେନାପଲ୍ଲୀ ଗ୍ରାମରେ ଗୋଟିଏ ଲେଖାଁଏ କଲ୍ୟାଣ ମଣ୍ଡପ ନିର୍ମାଣ ନିମନ୍ତେ ମଧ୍ୟ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଚିକଲଖଣ୍ଡି ସରପଂଚ ଡି.ଲକ୍ଷ୍ମୀ ରେଡ୍ଡି, ପୂର୍ବତନ ସରପଂଚ ଡି. ଋାମସ୍ୱାମୀ ରେଡ୍ଡି, ଏସ୍ କାନ୍ତେୟା ରେଡ୍ଡି, ପୁର୍ବତନ ସମିତିସଭ୍ୟ ସୁଶାନ୍ତ ସାହୁ. ଅଭିରାମ ପ୍ରଧାନ, ହରେକୃଷ୍ଣ ଗୌଡ, ସନ୍ତୋଷ କୁମାର ବେହେରା, ସୁର୍ଯ୍ୟ ରେଡ୍ଡି, ହରିବନ୍ଧୁ ପ୍ରଧାନ, ଶ୍ରିନିବାସ ରେଡ୍ଡି, ଡି. ସୁବାରାଓ, ଚନ୍ଦ୍ର ଶେଖର ରେଡ୍ଡି, ଭିଏଲଡବ୍ଲୁ ଏ. ରଘୁନାଥ, ଓଡିଶା ଜିବିକା ପ୍ରକଳ୍ପର ବ୍ଲକ ପ୍ରକଳ୍ପ ସଂଯୋଜିକା ମାନିନୀ ଜେନାଙ୍କ ସମେତ ବହୁ ମହିଳା ଓ ପଂଚାୟତ ବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ