ଚିକଲଖଣ୍ଡି ପଂଚାୟତ ରେ ମାଗଣା ଗ୍ଲୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମପଂଚାୟତରେ ଅନ୍ଧତ୍ୱ ଦୂରୀ କରଣ ଲକ୍ଷ୍ୟ ନେଇ ଯୁବ ନେତା ବି. ଶଙ୍କର ରେଡ୍ଡୀ ଓ ସ୍ଥାନୀୟ ସରପଞ୍ଚ ଭଗବାନ ବେହେରା ଙ୍କ ନେତୃତ୍ୱ ରେ ଏକ ମାଗଣା ଗ୍ଳୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର ଚିକଲଖଣ୍ଡି ଗ୍ରାମ ସ୍ଥିତ ପଂଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ଚିକଲଖଣ୍ଡି ଗ୍ରାମ ପଂଚାୟତ ଓ ସମର ଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ମିଳିତ ଆନୁକୂଲ୍ୟ ରେ ଆୟୋଜିତ ଏହି ଶିବିରକୁ ଯୁବ ସମାଜ ସେବୀ ବି.ଶଙ୍କର ରେଡି, ଅବସର ପ୍ରାପ୍ତ ସେନା କର୍ମଚାରୀ ଆର .ତ୍ରିନାଥ ରେଡି, ସରପଞ୍ଚ ଭଗବାନ ବେହେରା, କୃଷକବନ୍ଧୁ ଷ୍ଟୋର ର ମାଲିକ ଅଭିରାମ ବେହେରା, ଶଙ୍କର ଚକ୍ଷୁ ଚିକିତ୍ସାଲୟର ଉପଦେଷ୍ଟା ବି .ଶ୍ରୀନିବାସ,ଯୁବ ଆଇନଜୀବୀ କେ .ଚନ୍ଦ୍ରଶେଖର ରେଡ୍ଡୀ, ଏକ୍ସଆର୍ମୀ ଏସସିଏସନ ସଭାପତି, ଏସ .କେ .ମୁନି ଏବଂ ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ l ଏଥିରେ ୧୩୦ ଜଣ ରୋଗୀ ଙ୍କ ର ଚକ୍ଷୁ ପରୀକ୍ଷା କରଯାଇଥିବା ବେଳେ ୨୦ ଙ୍କୁ ଚସମା ପ୍ରଦାନ କରାଯାଇଛି ଏବଂ ୫୫ ଙ୍କୁ ପରଳ ବା ମୋତିଆବିନ୍ଦୁ ଚିହ୍ନଟ କରାଗଲା l ଏହା ସହିତ ୩୦ ଜଣ ଙ୍କୁ ଅସ୍ତ୍ର ପଚାର ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ପାଇଁ ହସ୍ପିଟାଲ୍ କୁ ପଠାଯାଇଛି . ମୋଟ ୨୮ ଜଣ ଙ୍କର ଗ୍ଳୁକୋମା ଚକ୍ଷୁ ପରୀକ୍ଷା କରଗଲା ଓ ଫୋଟ ସଂଗ୍ରହ କରଗଲା. ୯ ଜଣ ଙ୍କର ରେଟୈନା ଚେକ ଅପ କରାଯାଇଛି lଶଙ୍କର ଚକ୍ଷୁ ଚିକିତ୍ସାଳୟ ର କ୍ୟାମ୍ପ ମ୍ୟାନେଜର ନଳିନୀ କାନ୍ତ ରାଉତ,ଚିଫ ଅପଟୋମେଟ୍ରିଷ୍ଟ ଇ .କାମେଶ୍ୱରୀ, ଆରାଧନା , ଚାନ୍ଦିନୀ ସାବତ, ପ୍ରମିତାରାଣୀ ଗୌଡ଼ (ଚକ୍ଷୁ ଟେକ୍ନିସିଆନ), ଭାଗ୍ୟଳତା ଗୌଡ଼, ପାୟଲ ଗୌଡ଼ ଶିବିର କୁ ପରିଚାଳନା କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ