ଚିକିଟିକୁ କଣ୍ଟେନମେଣ୍ଟ ଓ ବୋଫର ଜୋନ ଘୋଷଣା କଲେ ପ୍ରଶାସନ

ଚିକିଟି(କୁରେଶୁ ସାହୁ): ବିଗତ କିଛିଦିନ ତଳେ ଚିକିଟିରେ ଦୁଇଜଣଙ୍କ କରୋନା ପଜିଟିଭ ବାହାରିବା ପରେ ସଂକ୍ରମଣକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ହିତ ସ୍ୱାର୍ଥରେ ଚିକିଟିର କିଛି ଅଞ୍ଚଳକୁ ଗତକାଲି ରାତିରୁ ପ୍ରଶାସନ କଣ୍ଟେନମେଣ୍ଟ ଓ ବଫର ଜୋନ ଘୋଷଣା କରିଛି। ଏହା ସହିତ କେ.ନୁଆଁଗାଁ ଥାନା ପୋଲିସକୁ ମଧ୍ୟ ଏହି ସ୍ଥାନରେ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମ ନମ୍ବର ୱାର୍ଡ଼ ଠାରୁ ପଞ୍ଚମ ନମ୍ବର ୱାର୍ଡ଼ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି।ଏହି ସ୍ଥାନରେ ଥିବା ବାସିନ୍ଦା ଙ୍କୁ ଘରୁ ନବହାରିବା ପାଇଁ କୁହାଯାଇଛି। ସନିବାରପେଣ୍ଠ( ୯) ,ଜେନାପୁର (୧୦),ଲୋକନାଥପୁର (୧୧), କରବାଲୁଆ( ୧୨) ୱାର୍ଡ଼ ଓ ଏଥି ସହିତ ରାମଚନ୍ଦ୍ରପୁର ପଞ୍ଚାୟତର ମୁକ୍ତାପୁର,ଝଗଡା,କେ. ଗୋପୀନାଥପୁର, ଧନଘର,ଟି.କୂଳମଣିପୁର କୁ ବୋଫର ଜୋନ ଘୋଷଣା କରିଛନ୍ତି। ସାନିଟାଇଜ କରିବାଓ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଦମକଳ ବାହିନୀ ସହ ଡାକ୍ତରୀ ଟିମକୁ ନିର୍ଦ୍ଧେଶ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ